ହେଡଲାଇନସ୍:

ଓକିଲ ସଂଘର ନବ ନିର୍ବାଚିତ ସଭାପତିଙ୍କୁ ଆଜି ଜିଲ୍ଲା ଘରୋଇ ବସ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରି ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରୀତପାଲ ସିଂଙ୍କୁ ଆଜି ଜିଲ୍ଲା ଘରୋଇ ବସ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସଂଘ ପକ୍ଷରୁ ଶ୍ରୀ ସିଂଙ୍କୁ ନୂତନ ଆଇନ ଉପଦେଷ୍ଟା ଭାବେ ଚୟନ କରାଯାଇଛି। ତାଙ୍କର ଦୀର୍ଘ ବର୍ଷର ଆଇନଗତ ଅଭିଜ୍ଞତା ବସ ମାଲିକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ସଂଘ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।
ଏହି ସମ୍ବର୍ଦ୍ଧନା ସଭା ପରେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ଏକ ପ୍ରତିନିଧି ଦଳ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ସଂଘ ପକ୍ଷରୁ ଜିଲ୍ଲାର ପରିବହନ ବ୍ୟବସ୍ଥା ଏବଂ ବସ ମାଲିକ ଓ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳ ମଧ୍ୟ ସଂଘର ପ୍ରସ୍ତାବଗୁଡ଼ିକୁ ଶୁଣିବା ସହ ଆବଶ୍ୟକ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ବସ ମାଲିକ ସଂଘର ସଭାପତି ଶ୍ରୀମତୀ ରାଜେଶ୍ୱରୀ ପ୍ରଧାନ, ସମ୍ପାଦକ ଶ୍ରୀ ଅଶୋକ କୁମାର ରାଉତ, ସଭାପତି ସପନ ଦତ୍ତ୍ୟ, ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ଛବି ଦାସ, ବରିଷ୍ଠ ସଦସ୍ୟ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ଏବଂ ଶ୍ରୀ ଅରୁଣ କୁମାର ନାଥଙ୍କ ସମେତ ଜିଲ୍ଲାର ବହୁ ପ୍ରମୁଖ ବସ ମାଲିକ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

0
0
0
s2sdefault