ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଦରାସାହି ଛକରେ ଥିବା ଏକ ଡରମିଟରରେ ହୃଦଘାତରେ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି କରିଛି।
ମୃତକଙ୍କ ପରିଚୟ ଶିବ ଓରାମ ହୋଇଥିବା ବେଳେ, ସେ କାଶୀପୁର ବ୍ଲକରେ ଯନ୍ତ୍ରୀ ଭାବେ ନିକଟରେ ଯୋଗଦେଇଥିଲେ। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ସେ ତାଙ୍କ ଭାଇଙ୍କ ସହ କାଶୀପୁରକୁ ଯିବାପାଇଁ ବାହାରିଥିଲେ। ଟିକିରି ବସ୍ଷ୍ଟାଣ୍ଡ ନିକଟରେ ଅସ୍ୱସ୍ଥ ଅନୁଭବ କରିଥିବାରୁ ସେ ପୁଣିଥରେ ଡରମିଟରକୁ ଫେରିଥିଲେ ଏବଂ ପାଇଖାନାକୁ ପ୍ରବେଶ କରିଥିଲେ।
ଦୀର୍ଘ ସମୟ ଧରି ବାହାରକୁ ନ ଆସିବାରୁ ସନ୍ଦେହ ହୋଇ ତାଙ୍କ ଭାଇ ଖୋଜାଖୋଜି କରି ତାଙ୍କୁ ଅସ୍ଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତୁରନ୍ତ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଟିକିରି ଥାନା ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ପରେ ଶବକୁ କାଶୀପୁର ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଯାଇଥିଲା। ବ୍ୟବଛେଦ ପରେ ଶବଟି ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ଘଟଣା ସମ୍ପର୍କରେ ଟିକିରି ଥାନାରେ ୟୁଡି କେସ୍ ନଂ ୩/୨୧/୦୩/୨୬ ରୁଜୁ କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ରାଜ୍ୟ
ହୃଦଘାତରେ ଯନ୍ତ୍ରୀଙ୍କ ମୃତ୍ୟୁ
- Hits: 8








