ହେଡଲାଇନସ୍:

ପାଳିତ ହେଲା ପଖାଳ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର, ୨୦/୦୩/୨୦୨୬: ଆଜି ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ପଖାଳ ଦିବସ ପାଳିତ ହୋଇଛି । ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଖାଳ ଦିବସକୁ ପାଳନ କରାଯାଇଛି। ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପୋଖଳ ଖାଇଥିଲେ । ଏଠାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତଙ୍କ ସମେତ ଅନେକ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ପଖାଳ ଖାଇବାର ମଜା ନେଇଥିଲେ ।
 ଏହି ଅବସରରେ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ଵରର ପାନ୍ଥନିବାସ ଠାରେ ଆଭାସି ଜରିଆରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହୋଇଥିବା ପଖାଳ ଦିବସରେ ଅଂଶଗ୍ରହଣ କରିଥିବା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସମେତ ଦେଶ ତଥା ବିଦେଶରେ ଥିବା ଅନେକ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହୋଇଥିଲେ । ସେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଦେଇଥିଲେ ।

0
0
0
s2sdefault