ବାସୁଦେବପୁର - ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ ଓ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଅବସର ରେ ଆୟୋଜିତ ହୋଇ ଯାଇଛି ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କ୍ରମ। ସକାଳେ ବିଶାଳ ଗଣ ଦୌଡ଼ ସ୍ଥାନିୟ ଯାଦବ ପଡ଼ିଆ ରୁ ବାହାରି ଶ୍ରୀ ରାମ ଙ୍କ ମନ୍ଦିର ଯାଏଁ ଆସିଥିଲା। ସଂଧ୍ୟା ବେଳେ ଭାରତୀୟ ସଂସ୍କୃତି ପ୍ରଚାର ସମିତି ର ଆୟୋଜନ ରେ ଅଲେଖ ମନୋରଂଜନ ଏକାଡେମୀ ପକ୍ଷ ରୁ ସ୍ଥାନୀୟ ନୀଳମଣୀ ମାର୍କେଟ କମ୍ପ୍ଲେକ୍ସ ଆଗରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସହ ବୌଦ୍ଧିକ ପ୍ରମୁଖ ଦୀପକ କୁମାର ଜେନା ଓ ବାସୁଦେବପୁର ର ନଗର କାର୍ଯ୍ଯ ବାହ ରଶ୍ମି ରଞ୍ଜନ ପଲାଇ ଯୋଗ ଦେଇଥିଲେ। ସଂଯୋଜକ ପ୍ରତାପ କୁମାର ପାଢ଼ୀ ଙ୍କ ସଂଯୋଜନାରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ଅବସର ରେ ଅଲେଖ ମନୋରଂଜନ ଏକାଡେମୀ ପକ୍ଷ ରୁ କୁନି କୁନି ପିଲା ମାନେ ସଙ୍ଗୀତ, ନୃତ୍ୟ ପରିବେଷଣ କରିଥିଲେ। ଅଲେଖ ମନୋରଂଜନ ଏକାଡେମୀ ର ଅଲେଖ କୁମାର ପରିଡ଼ା ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ପୁରୁଷତ୍ତମ ବେହେରା, ସମ୍ବିତ କୁମାର ମହାନ୍ତି,ରଞ୍ଜନ କୁମାର ମଲ୍ଲିକ, ଜୟ ପ୍ରକାଶ ମଲ୍ଲିକ, ମାନସ ମହାପାତ୍ର, ଶ୍ରୀତମ ସାହୁ, ରାଜ କିଶୋର ରାୟ, ଉପସ୍ଥିତ ରହି ସଫଳ କରାଇ ଛନ୍ତି।
ରାଜ୍ୟ
ଭରତୀୟ ସଂସ୍କୃତି ପ୍ରଚାର ସମିତି ବାସୁଦେବପୁର ପକ୍ଷ ରୁ ସାଂସ୍କୃତିକ କାର୍ଯ୍ୟ କ୍ରମ।
- Hits: 6








