ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁଇ ଦିନ ଧରି ଜୟଦେବ କଳା ବିକାଶ କେନ୍ଦ୍ର , ଜଗଦା , ରାଉରକେଲା ଦ୍ବାରା ଆୟୋଜିତ ଓଡିଶୀ ସଂଗୀତ ମହୋତ୍ସବ - ୨୦୨୬ ରେ ଯୋଗ ଦେଇ ଗୁରୁ ଶ୍ରୀ ପାତ୍ର ଓଡିଶୀ ସଂଗୀତ ପରିବେଷଣ କରିବା ସଙ୍ଗେ ସଙ୍ଗେ ସେଥିରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର "ଓଡିଶୀ ସଂଗୀତ ର ବର୍ତ୍ତମାନ ଓ ଭବିଷ୍ୟତ" ସମ୍ପର୍କରେ ଆଲୋଚନା ରେ ଭାଗ ନେଇ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ରେ ଦକ୍ଷିଣୀ ସଂଗୀତ ତଥା କଳିଙ୍ଗ ସଙ୍ଗୀତ ର ସ୍ୱତନ୍ତ୍ରତା ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଏହି ପୁରାତନ ଶୈଳୀ ର ପୁନଃଉଦ୍ଧାର କରିବା ପାଇଁ ଆହ୍ୱାନ ଦେଇଥିଲେ।
ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ମାନଙ୍କରେ ରାଜ୍ୟ ସରକାର ଓଡିଶୀ ସଂଗୀତ ଶିକ୍ଷକ ନିଯୁକ୍ତି କରି ପିଲା ମାନଙ୍କୁ ଓଡିଶୀ ସଂଗୀତ ଶିକ୍ଷା ଦାନ କଲେ ଏହାର ପ୍ରଚାର ଓ ପ୍ରସାର ହୋଇପାରିବ।
ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଗବେଷକ ଡ଼.ଶାନ୍ତନୁ କୁମାର ରଥ ଓ ବିଶିଷ୍ଟ ମର୍ଦ୍ଧଳ ବାଦକ ସଚ୍ଚିଦାନନ୍ଦ ଦାସ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଶେଷରେ ଗୁରୁ ଶ୍ରୀ ପାତ୍ରଙ୍କୁ ଜୟଦେବ କଳା ବିକାଶ କେନ୍ଦ୍ର ତରଫରୁ ସ୍ମୃତି ଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ମହାପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ସାହୁ , ରାଉରକେଲା କଲେଜ ଅଧ୍ୟକ୍ଷ ଡ଼.ରବୀନ୍ଦ୍ର କୁମାର ଜେନା , ଅନୁଷ୍ଠାନର ସଭାପତି ନରେନ ଦାସ , ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ମଞ୍ଚାରେ ଉପସ୍ଥିତ ଥିଲେ।
ରାଜ୍ୟ
ରାଉରକେଲା ଠାରେ ପଣ୍ଡିତ ରଘୁନାଥ ପାତ୍ର ସମ୍ମାନୀତ
- Hits: 17








