ହେଡଲାଇନସ୍:

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଦ୍ବିତୀୟ ସନ୍ଧ୍ୟା, ମଞ୍ଚସ୍ଥ ହେଲା ନାଟକ କାହ୍ନୁ ରେ .

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଦ୍ବିତୀୟ ସନ୍ଧ୍ୟାରେ ରଙ୍ଗମଞ୍ଚ ଅନୁଷ୍ଠାନ ତରଫରୁ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ରଚିତ ଓ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁସୃଜନ ଓ ନିର୍ଦ୍ଦେଶନାରେ ନାଟକ କାହ୍ନୁ ରେ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଦୀପକ କୁମାର ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ଡାକ୍ତର କିରଣ ମିଶ୍ର, ସୁଧାଂଶୁ ଦ୍ବିବେଦୀ, ରାଜୀବ ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ନାଟକ ପ୍ରତି ସମର୍ପିତ ବାବାନାଥ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା। କାହ୍ନୁ ରେ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା କାହ୍ନୁ ଭଳି ପୁତ୍ରଟିଏ ପାଇବା ପାଇଁ କେତେ ପୂଜା ଅର୍ଚ୍ଚନା,ବ୍ରତ ଓପାସ,କେତେ ତପସ୍ୟା କରିବାକୁ ପଡ଼େ। କିନ୍ତୁ ଯେଉଁଠି ପ୍ରତି ମୁହୂର୍ତ୍ତରେ ବିଶ୍ବାସ ଭାଙ୍ଗି ଚୁରମାର ହୋଇଯାଏ, ତଥାପି ସ୍ବପ୍ନ ଦେଖିବା, ବିଶ୍ବାସ କୁ ଭରସା କରିବା ଉପରେ ଜୀବନ
ଦୈ।ଡୁଥାଏ । ପୁତ୍ରର ଛାଇକୁ ଅଣ୍ଡାଳୁ ଅଣ୍ଡାଳୁ ଧକେଇ ଧକେଇ ନିଜ ଛାଇଠୁ ନିଜେ ଦୂରେଇଯିବା କଣ ଜୀବନ? ପ୍ରତ୍ୟେକ ସମ୍ପର୍କର ମୂଳମନ୍ତ୍ର ହେଲା ବିଶ୍ଵାସ । ଏହି ଭଳି କାହାଣୀ କୁ ନେଇ ଗତିଶୀଳ ହୋଇଛି ନାଟକ କାହ୍ନୁ ରେ । ଏହି ନାଟକରେ ସର୍ବଶ୍ରୀ ପ୍ରସନ୍ନ କୁମାର ମହାନ୍ତି, ସୌମ୍ୟ ରଞ୍ଜନ ଲେଙ୍କା, ସୁଜିତ୍ କୁମାର ନାୟକ,ସଂଗ୍ରାମ ପତି, ଅକ୍ଷୟ କୁମାର ମାଝୀ, ଆନନ୍ଦ ବାଗ, ସୌମ୍ୟ ସାହୁ, ଅଜିତ୍ ସ୍ୱାଇଁ, ସିଦ୍ଧାର୍ଥ ଦାସ, କ୍ରିଷ୍ଣା ରାଉତ,
ପ୍ରଜ୍ଞା ପାରମିତା ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିଲେ। ସେହିପରି କୋରଶ୍ ରେ ଅରବିନ୍ଦ ଜଗଦେବ, ଗୌରାଙ୍ଗ ଦଳେଇ, ଅକ୍ଷୟ ସାହୁ, କବିତା ରାଉତ,ଲକ୍ଷ୍ମୀକାନ୍ତ ପଟ୍ଟନାୟକ,ଦେବଜିତ୍ ପଟ୍ଟନାୟକ ,ନୃତ୍ୟ ରେ ଦେବେନ୍ଦ୍ର ପଲେଇ ,ସଂଗୀତରେ କଣ୍ଠଦାନ କରିଥିଲେ ପ୍ରଦୀପ ପଣ୍ଡା, ଦିଲ୍ଲୀପ, ବୀଣାପାଣି ରଥ ଓ ରୁପସଜ୍ଜା ରେ ହରିହର ବଳ ପ୍ରମୁଖ ସହଯୋଗ କରିଥିଲେ। ଉପସଭାପତି ଶିଶିର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault