ଭବାନୀପାଟଣା: ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ନର୍ଲା ରେଞ୍ଜ ଅଫିସ ତରଫରୁ ସ୍ଥାନୀୟ ଚିପୁଲ ନର୍ସରୀ ଠାରେ ବନ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଜଙ୍ଗଲ ରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନର୍ଲାର ସ୍ଥାନୀୟ ଚିପୁଲ୍ ନର୍ସରୀ ଠାରେ ନର୍ଲା ଅଧୂକାର କାରୀ ଭାରତ ବନ୍ଧୁ ଶବର ଙ୍କ ଅଧ୍ଯକ୍ଷତା ରେ ଏନେଇ ଏକ ସମନ୍ଵୟ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଜଙ୍ଗଲ ଜନ୍ତୁ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ତଥା ଜଙ୍ଗଲ ନିଆଁ ନିୟନ୍ତ୍ରଣ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ
କରିଥିଲେ। ଏହି ରଥ ନର୍ଲା ରେଞ୍ଜ ଅଞ୍ଚଳର ପ୍ରତ୍ୟେକ ଗାଁ କୁ ଯାଇ ଗାଁ ଛକ ମାନଙ୍କରେ ଏଲଇଡି ପ୍ରଦର୍ଶନ କରି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ବିଷୟରେ ଜନ ସଚେତନତା ସୃଷ୍ଟି କରିବ। ଏହି ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଅତିଥ୍ ଭାବରେ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ, ସହଯୋଗୀ ଅନୁଷ୍ଠାନ ଗ୍ରାମ୍ୟ ବିକାଶ ସଙ୍ଗଠନ ର ଦଳପତି ପ୍ରଦୀପ କୁମାର ସାହୁ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର,ସାମ୍ବାଦିକ ଗୁପ୍ତେଶ୍ୱର ହାତୀ, ସାମ୍ବାଦିକ ରୋହିତ କୁମାର ନାଏକ, ସାମ୍ବାଦିକ କବିରାଜ ଦୁର୍ଗା, ଭବାନୀପାଟଣା ରେଞ୍ଜ ଅଧୂକାରୀ ଠଣ ସୁନ୍ଦର ଧରୁଆ, ନର୍ଲା କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀ,କମର୍ଦା ଫରେଷ୍ଟର ଦିଆଲୁ ରାଉତ, ଦାଶରଥ୍ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ପ୍ରଥମ ଦାୟୀତ୍ବ ବୋଲି କହିଥିଲେ। ପ୍ରଥମେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ନର୍ଲା ରେଞ୍ଜର ଶ୍ରୀ ଶବର ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ନର୍ଲା ଫରେଷ୍ଟର ଭବାନୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ଗ୍ରାମ୍ୟ ବିକାଶ ସଙ୍ଗଠନର ଦଳପତି ପ୍ରଦୀପ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ। ବନ ବିଭାଗ କର୍ମଚାରୀ ସରିତା ପୁଝାରୀଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ନର୍ଲା ତଥା ନର୍ଲା ରେଞ୍ଜ ଅଧୂନସୁ ଘଣ୍ଟମାଳ, ବୁରାଟ, କେଶପଲା, ତିଲେଇମାଳ, ଇନ୍ଦ୍ରମାଳ, ଗାଡେବନ୍ଧ, ରାଣୀପଟା, ବେହେରାପାଟି ପ୍ରଭୃତି ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ଫରେଷ୍ଟର ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ
- Hits: 37








