ହେଡଲାଇନସ୍:

ମଧ୍ୟ ପ୍ରାଚ୍ୟ ପ୍ରଭାବ: ଗ୍ୟାସ୍ ସଙ୍କଟ ଯୋଗୁଁ ବେଲଗୁଣ୍ଠାରେ ପୁଣି ଫେରିଲା କାଠ ଚୁଲିର ଯୁଗ,ବହୁ ହୋଟେଲ ବନ୍ଦ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା:-୧୮/୩(ଶିବରାମ ଚୌଧୁରୀ )--ବର୍ତ୍ତମାନ ସମୟରେ ଇସ୍ରାଏଲ, ଆମେରିକା ଏବଂ ଇରାନ ଭଳି ଦେଶମାନଙ୍କ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିର ସିଧାସଳଖ ପ୍ରଭାବ ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହେଲାଣି।ଏହି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଗ୍ୟାସ୍ ସଙ୍କଟ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଯେଉଁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଲୋକେ କାଠ ଚୁଲି ଛାଡ଼ି ଗ୍ୟାସ୍ ବ୍ୟବହାର କରୁଥିଲେ, ଆଜି ସେହି ଲୋକେ ପୁଣି ଥରେ କାଠ ଓ କୋଇଲା ଚୁଲିକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି।ତା ସହିତ ଇଣ୍ଡକସନ୍ ଚୁଲାର ବ୍ୟବହାର ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।
ଗ୍ୟାସର ଅଭାବ ଯୋଗୁଁ ସ୍ଥାନୀୟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ସବୁଠାରୁ ଅଧିକ ଚିନ୍ତାରେ ଅଛନ୍ତି।ସିଲିଣ୍ଡର ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଅନେକ ବ୍ୟବସାୟ ପ୍ରଭାବିତ ହେଉଛି।ବେଲଗୁଣ୍ଠା ଓ ଗୋବରାରେ ବହୁ ହୋଟେଲ ଦୁଇ ତିନି ଦିନ ହେଲା ଆଉ ଖୋଲୁନାହାନ୍ତି, ବେଲଗୁଣ୍ଠା
ବିନ୍ଦାସ ଢାବାର ମାଲିକ ଡମ୍ବରୁ ଜେନାଙ୍କ କହିବା ଅନୁସାରେ "ଗ୍ୟାସ୍ ସଙ୍କଟ ଏପରି ସ୍ଥିତିରେ ପହଞ୍ଚିଛି ଯେ ଆବଶ୍ୟକ ମୁତାବକ ସିଲିଣ୍ଡର ମିଳୁନାହିଁ। ଗ୍ରାହକମାନଙ୍କୁ ସେବା ଯୋଗାଇବା ପାଇଁ ଆମେ ବାଧ୍ୟ ହୋଇ କାଠ ଚୁଲି ବ୍ୟବହାର କରୁଛୁ। ଯଦି ପରିସ୍ଥିତି ଏପରି ରହେ, ତେବେ କୋଇଲା ଆଣି ବ୍ୟବସାୟ ଚଳାଇବାକୁ ପଡ଼ିବ, କିନ୍ତୁ ଆମେ ହୋଟେଲ ବନ୍ଦ କରିବୁ ନାହିଁ। ସେହିପରି ବେଲଗୁଣ୍ଠା ବ୍ଳକ୍ ଗୋବରା ରେଡ୍ ରୋଜ୍ ରେଷ୍ଟୁରାଣ୍ଟର ମାଲିକ ପଞ୍ଚାନନ‌ ନାୟକ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, "ଗତ କିଛି ଦିନ ହେବ ରୋଷେଇ ପାଇଁ ଗ୍ୟାସ୍ ମିଳୁନାହିଁ। ଫଳରେ ଆମେ ସମ୍ପୂର୍ଣ୍ଣ ଭାବେ କାଠ ଓ ଅଙ୍ଗାର ଚୁଲି ଉପରେ ନିର୍ଭର କରୁଛୁ। ଏହା ଦ୍ୱାରା ରୋଷେଇରେ ବିଳମ୍ବ ହେଉଛି ଏବଂ ଖର୍ଚ୍ଚ ମଧ୍ୟ ବଢ଼ୁଛି।କେବଳ ବ୍ୟବସାୟୀ ନୁହଁନ୍ତି, ବରଂ ଗ୍ରାମାଞ୍ଚଳର ସାଧାରଣ ଖାଉଟି ମଧ୍ୟ ଏହି ସଙ୍କଟରୁ ବର୍ତ୍ତି ପାରିନାହାନ୍ତି ।ବିଶ୍ୱବ୍ୟାପୀ ଚାଲିଥିବା ଅଶାନ୍ତି ଯୋଗୁଁ ଗ୍ୟାସ୍ ଆମଦାନୀ ବାଧାପ୍ରାପ୍ତ ହେଉଛି ନା କୃତ୍ରିମ ଅଭାବ ଲୋକେ ଜାଣିପାରୁନଥିବା ବେଳେ ଆଗକୁ କରୋନା ମହାମାରୀ ସମୟର ସ୍ଥିତି ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ଯଦି ଏହି ଗ୍ୟାସ୍ ସଙ୍କଟ ଜାରି ରହେ, ତେବେ ଖୁବଶୀଘ୍ର ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଆଜିର ବୈଜ୍ଞାନିକ ଯୁଗରେ ପୁଣି ଥରେ କାଠ ଓ ଧୂଆଁମୟ ଚୁଲି ପାଖକୁ ଫେରିବା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଚିନ୍ତାର ବିଷୟ। ସରକାର ଓ ସମ୍ପୃକ୍ତ ବିଭାଗ ଏହି ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଗ୍ୟାସ୍ ଯୋଗାଣ ସ୍ୱାଭାବିକ କରିବାକୁ ସାଧାରଣରେ ଦାବି ହେଉଛି। ଏହାକୁ ଆଖି ଆଗରେ ରଖି ବେଲଗୁଣ୍ଠା ର ଜଣେ ମହିଳା ସୁଲକ୍ଷଣା ଦାଶ କାଠ ଚୁଲି ନିର୍ମାଣ କରିବା ସହ ଆଗରୁ ସଜାଗ ନ ହେଲେ ଆଗାମୀ ଦିନରେ ଆହୁରି ଅସୁବିଧାର ସମ୍ମୁଖୀନ୍ନ ହେବାକୁ ପଡିବ ବୋଲି କହିଛନ୍ତି l

0
0
0
s2sdefault