(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): : ଆଜି ଗୁଣପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବ୍ଲକ ତଥା ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମାନନ୍ଦ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଏହି ପଦକ୍ଷେପର ମହତ୍ୱ ବିଷୟରେ ଅଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ରାୟଗଡ଼ା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଶେଖ ଅଲେନୂର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ରହି ଅଧ୍ୟୟନ କଲେ ଭବିଷ୍ୟତରେ ଚାକିରି କ୍ଷେତ୍ରରେ ସୁଯୋଗ ବିଷୟରେ ସଚେତନ କରିଥିଲେ।
ଏହି ଚୟନ ପ୍ରକ୍ରିୟାରେ ଗୁଣପୁର ବ୍ଲକ ଓ ମ୍ୟୁନିସିପାଲିଟି ସହ ପଦ୍ମପୁର, ରାମନାଗୁଡା, ଗୁଡାରୀ ବ୍ଲକ ଓ ବିଭିନ୍ନ ଏନଏସି ଅଧୀନସ୍ଥ ବିଦ୍ୟାଳୟରୁ ମୋଟ ୪୭ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଶିକ୍ଷକ ଯୋଗଦେଇଥିଲେ।
ଆଜି ଏଥଲେଟିକ୍ସ ପାଇଁ ଚୟନ କରାଯାଇଥିବା ବେଳେ ଆସନ୍ତା ୨୨ ତାରିଖରେ ଖୋଖୋ ଓ ୨୫ ତାରିଖରେ ଭଲିବଲ ପାଇଁ ଚୟନ ପ୍ରକ୍ରିୟା ଆୟୋଜିତ ହେବ।
ଉକ୍ତ କାର୍ଯ୍ୟକ୍ରମକୁ ଗୌତମ ମାଦେଳି, ରମାକାନ୍ତ ମିଶ୍ର, ଧର୍ମେନ୍ଦ୍ର କାଦମ୍ବାଲୁ, ପ୍ରୀତିସ୍ପଦା ରାଉତରାୟ, ଗଣେଶ ଚନ୍ଦ୍ର ମହାପାତ୍ର, ଭାରଦ୍ୱାଜ ଲିମା ଓ ଅନ୍ୟାନ୍ୟ ଶାରୀରିକ ଶିକ୍ଷା ଶିକ୍ଷକମାନେ ପରିଚାଳନା କରିଥିଲେ








