ବାଲେଶ୍ୱର, ୧୮/୦୩/୨୦୨୬: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ର ବାର୍ଷିକ ସୂଚିମତେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଏକ ଦୁଇ ଦିନିଆ ଗ୍ରାମୀଣ ଯୁବ ଏକତା ଶିବିର କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲରେ ଉଦଜପାନ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମ ୧୭ ଏବଂ ୧୮ ତାରିଖ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ପ୍ରଦୀପ ପ୍ରଜୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ନିଜର ବକ୍ତ୍ୟବ ପ୍ରଦାନ କରିଥିଲେ । ଏହା ପରେ ସାମାଜିକ ସୁରକ୍ଷା, ସଡ଼କ ସୁରକ୍ଷା ସଚେତନତା, ଅଗ୍ନି ନିରାପତ୍ତା, ଶିକ୍ଷା,ସଂସ୍କୃତି ଇତ୍ୟାଦି ବିଷୟରେ ଭିନ୍ନ ଭିନ୍ନ ବିଭାଗରେ ଅଧିକାରୀ ଓ ଅଧିକାରିଣୀ ଯୋଗଦାନ କରି ନିଜ ନିଜର ଯୁବସମାଜ ପ୍ରତି ଆଭିମୂଖ୍ୟ ପ୍ରଦାନ କରିଥିଲେ । ଯୁବକ ଓ ଯୁବତୀ ମାନକୁ ନେଇ ନୃତ୍ୟ ପ୍ରତିଯୋଗିତା ଏବଂ ଦୁଇ ଦିନ ଧରି କାର୍ଯକ୍ରମର ଅଭିଜ୍ଞତା ବାବଦରେ ଏକ ପରୀକ୍ଷା କରାଯାଇଥିଲା ଏବଂ ପରିଶେଷରେ କୃତ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ରାଷ୍ଟ୍ର ନିର୍ମାଣରେ ଯୁବ ସମାଜ ର ସହଭାଗୀତା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
ରାଜ୍ୟ
ଶେଷ ହେଲା ଗ୍ରାମୀଣ ଯୁବ ଏକତା ଶିବିର
- Hits: 6








