୩୨ୟୁନିଟ୍ ରକ୍ତ ସଂଗ୍ରହ ; ତିନି ସାମ୍ବାଦିକ, ଦୁଇ କାଉନସିଲର୍ ଙ୍କ ସମେତ ୨୧ ଜଣଙ୍କ ପ୍ରଥମ ରକ୍ତଦାନ
ବେଲଗୁଣ୍ଠା, -୧୮/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହର ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ରକ୍ତଦାନ ଶିବିରରେ ଦୁଇ କାଉନସିଲର୍, ତିନି ସାମ୍ବାଦିକ, ଦୁଇ କଲେଜ୍ କର୍ମଚାରୀଙ୍କ ସମେତ ୩୨ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ଆଗାମୀ ଗ୍ରୀଷ୍ମ ପ୍ରବାହ ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଆଖି ଆଗରେ ରଖି ଏହି ଶିବିରର ଆୟୋଜନ କରାଯାଇଥିଲା I ଏହି ଶିବିରରେ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ, କାଉନ ସିଲର ଭାସ୍କର ପାତ୍ର ଓ ଦିବ୍ୟ ରଞ୍ଜନ ଦାଶ, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ l ଯୁବ ରେଡକ୍ରସ୍ କାଉନସିଲର୍ ଡ.ପ୍ରଫୁଲ୍ଲ କୁମାର ଜେନା,ଜାତୀୟ ସେବା ଯୋଜନା ଅଧିକାରୀ ପିଙ୍କି ପାତ୍ରଙ୍କ ସମେତ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଜୟ କୁମାର ବିଶ୍ୱାଳ, ଅଶୋକ କୁମାର ପ୍ରଧାନ, ସପନ କୁମାର ପ୍ରଧାନ,ଲକ୍ଷ୍ମୀ ଗୌଡ଼, କ୍ରୀଡ଼ା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ, ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ ଏବଂ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ରକ୍ତଦାତାଙ୍କ ମଧ୍ୟରେ କାଉନସିଲର୍ ଦିବ୍ୟରଞ୍ଜନ ଦାଶ,ଭାସ୍କର ପାତ୍ର, ସାମ୍ବାଦିକ ସୁରେଶ କୁମାର ସୁବୁଦ୍ଧି,ଶିବରାମ ଚୌଧୂରୀ ଓ ନାରାୟଣ ପଣ୍ଡା,କ୍ରୀଡା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ ଏବଂ ଡିଇଓ ପ୍ରଶାନ୍ତ କୁମାର ମହାନ୍ତି ରକ୍ତଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ପାତ୍ର, ସୁନିଲ୍ କୁମାର ପାତ୍ର, ଚନ୍ଦନ ସେଠୀ, ଅରୁଣ୍ କୁମାର ପାଢୀ, କାହ୍ନା ସାହୁ, ସୁନିତା କୁମାରୀ ପ୍ରଧାନ, ରଶ୍ମିତା ସାହୁ, ସୌମ୍ୟରଞ୍ଜନ ଜେନା, ସମୀର୍ ସାହୁ, ଚାନ୍ଦିନୀ ଜେନା, ବଳରାମ ଆଚାରୀ, ଅଭିଲିପ୍ପା ଦାସ୍, ସତ୍ୟନାରାୟଣ ପୃଷ୍ଟି, କାହ୍ନୁ ଗୌଡ଼, ଆକାଶ ସାହୁ, ବର୍ଷା ରାଣୀ ପାତ୍ର, ରାଜକିଶୋର ଗୌଡ଼, ଆଦିତ୍ୟ କୁମାର ଦାସ, ଜଗନ୍ ପୋଲାଇ, ଦିପୂନା ନାୟକ, ଗୋପାଳ ପାତ୍ର,ସନୋଜ୍ କୁମାର ନାଇକ, ଶୁଭମ୍ ଗୌଡ଼, ସନାତନ ପ୍ରଧାନ, କାର୍ତ୍ତିକ ସାହୁ ପ୍ରମୁଖ ଉତ୍ସାହର ସହିତ ରକ୍ତଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ତରଫରୁ ଆୟୋଜିତ କାଯ୍ୟକ୍ରମରେ ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ବିପିନ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝୀ, ଅନୀଲ୍ କୁମାର ମାହାର, ବିଜୟ କୁମାର ମହାକୁଡ ଏବଂ ନାରାୟଣ ପାଢୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମକୁ ଅନୁଷ୍ଠାନ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ I








