ଜନଗଣନା ୨୦୨୭ ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ,୧୪ .୦୩ .୨୦୨୬ ରିଖ – ୨୦୨୭ ଜନଗଣନାକୁ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଟକ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଵଂ ତାଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ କମଲଜିତ ଦାସଙ୍କ ସହ ପରିଚାଳନା ଓ ପ୍ରଶାସନିକ ତଦାରଖ ପୂର୍ବକ କରାଯାଉଛି ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଜନଗଣନା ସମ୍ପର୍କିତ ବିଭିନ୍ନ ଆଇନଗତ ଦିଗ , ଏନୁମେରେଟର ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦେବାର ପଦ୍ଧତି ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକୀୟ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ୧୬ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହେବ। ଆସନ୍ତା ଏପ୍ରିଲ ୧ ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଜିଲ୍ଲାର ଏନ୍ୟୁମେରେଟର ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପରବର୍ତ୍ତୀ ପର୍ଯ୍ଯାୟରେ ୭ ଏପ୍ରିଲ ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଏନ୍ୟୁମେରେଟର ଓ ସୁପରଭାଇଜରମାନଙ୍କ ପାଇଁ ଏକ ପ୍ରାକ୍ଟିସ୍ ୱିଣ୍ଡୋ ଖୋଲାଯିବ । ଯାହାଦ୍ଵାରା ପ୍ରଶିକ୍ଷଣରେ ଶିଖିଥିବା ପ୍ରକ୍ରିୟାକୁ ସେମାନେ ପ୍ରାୟୋଗିକ ଭାବେ ଅଭ୍ୟାସ କରିପାରିବେ । ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସତର୍କତା, ଦାୟିତ୍ଵବୋଧ ଓ ସମୟାନୁବର୍ତ୍ତୀତା ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହକାରୀ ନିର୍ଦ୍ଦେଶକ ( ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ଶ୍ରୀମତୀ ମିଲିତା ଦତ୍ତ ଓ ଡେପୁଟି କଲେକ୍ଟର,(ଜନଗଣନା) ନୁରି ପରଭିନ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଅନୁଷ୍ଠିତ ହେବାକୁଥିବା ୨୦୨୭ ଷୋଡଶ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କ୍ଷେତ୍ରସ୍ତରୀୟ ଅଧିକାରୀ ଭାବେ ପ୍ରଶାସନିକ ଅଧିକାରୀ ,ଡେପୁଟୀ କଲେକ୍ଟର,ସହକାରୀ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର, ଅଧ୍ୟାପକ ପ୍ରଶିକ୍ଷଣ ଗ୍ରହଣ କରିବେ । ଜନଗଣନା କାର୍ଯ୍ୟକ୍ରମ ଦେଶର ସାମାଜିକ ଓ ଆର୍ଥିକ ପରିକଳ୍ପନା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ତେଣୁ ଏହାକୁ ସଠିକ ଓ ସ୍ବଚ୍ଛ ଭାବେ ସମ୍ପନ୍ନ କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଯଥୋଚିତ ପ୍ରଶିକ୍ଷଣ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି ।

0
0
0
s2sdefault