ଏନଆଇଟି ରାଉରକେଲାରେ ମେଗା ରକ୍ତଦାନ ଶିବିର ଆୟୋଜିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଉରକେଲା, (ବସନ୍ତ କୁମାର ଜେନା ): ରୋଟାରି କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏନଆଇଟି ବିକ୍ରମ ସାରାଭାଇ ହଲ୍ ଅଫ୍ ରେସିଡେନ୍ସ ଠାରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଶିବିରଟି ଏନଆଇଟି କ୍ୟାମ୍ପସ୍‌ର ସ୍ବାସ୍ଥ୍ୟ ସେଣ୍ଟର ଏବଂ ଆରଜିଏଚ୍ ରାଉରକେଲାର ବ୍ଲଡ୍ ବ୍ୟାଙ୍କର ସହଯୋଗରେ, ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓଙ୍କ ନିର୍ଦ୍ଦେଶନା ଓ ପ୍ରେରଣାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ପ୍ରାୟ ୧୩୦ ଜଣ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ, ଯାହା ଯୁବପୀଢ଼ୀର ମାନବତାମୂଳକ ସେବା ପ୍ରତି ଉତ୍ସାହକୁ ପ୍ରକାଶ କରିଥିଲା।
ଶିବିରଟିକୁ ଏନଆଇଟି ରାଉରକେଲାର ଡିନ୍ ଅଫ୍ ଷ୍ଟୁଡେଣ୍ଟସ୍ ୱେଲଫେୟାର ପ୍ରଫେସର ନିରଞ୍ଜନ ପଣ୍ଡା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହୋଷ୍ଟେଲର ଚିଫ୍ ୱାର୍ଡେନ୍ ପ୍ରଫେସର ସନ୍ତୋଷ କୁମାର ସାହୁ ଓ ହଷ୍ଟେଲ ୱାର୍ଡେନ୍ ପ୍ରଫେସର ପଙ୍କଜ ଶର୍ମା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ରୋଟାରି କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଅଧ୍ୟକ୍ଷା ପ୍ରଫେସର ଡ. ମିନତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହା ସହିତ ଆରଜିଏଚ୍ ରାଉରକେଲାର ବ୍ଲଡ୍ ବ୍ୟାଙ୍କ ଇନ୍-ଚାର୍ଜ ଡା. ମୈସା ସୋରେନ, ଏନଆଇଟି କ୍ୟାମ୍ପସ୍‌ର ସ୍ବାସ୍ଥ୍ୟ ସେଣ୍ଟରର ମେଡିକାଲ ଅଫିସର ଓ ମୁଖ୍ୟ ଡା. ସମୀର ପଟ୍ଟନାୟକ ଏବଂ ଡା. ଅନିର୍ବାଣ ଘୋଷ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରିଆନ୍ ପ୍ରଶାନ୍ତ ରଞ୍ଜନ ପାତ୍ର ମଞ୍ଚ ସଂଚାଳନ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏନଆଇଟି ରାଉରକେଲାର ପ୍ରାକ୍ତନ ଛାତ୍ର ରୋଟାରିଆନ୍ ଅଜିତ ମୋହନ ପୁଜାରୀ ଏହାକୁ ପ୍ରଶଂସା କରିବା ସହ ଗର୍ବର ବିଷୟ ବୋଲି ମତ ରଖିଥିଲେ। ଉଦଘାଟକ
ପ୍ରଫେସର ପଣ୍ଡା ରକ୍ତଦାନ ଶିବିରର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସଭାକୁ ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ପ୍ରଫେସର ଡା. ପଣ୍ଡା ସମ୍ବୋଧିତ କରିଥିବା ବେଳେ, ସଚିବ ରୋଟାରିଆନ୍ ଡା. କୃଷ୍ଣ ପ୍ରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ସମସ୍ତ ରୋଟାରିଆନ୍ ସର୍ବଶ୍ରୀ ପ୍ରଶାନ୍ତ ରଞ୍ଜନ ପାତ୍ର, ଡା. ସଞ୍ଜୁକ୍ତା ପତି , ଡା. ନିବେଦିତା ରାୟ ପଟ୍ଟନାୟକ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଅନିତା ନାୟକ, ନିରୂପମା ପତି, ସବିତା ମହାନ୍ତି, ବସନ୍ତ ତନ୍ତି, ଗଣେଶ୍ୱର ପଟ୍ଟନାୟକ ଓ ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault