ହେଡଲାଇନସ୍:

ବିଶ୍ବ ଗ୍ଲୁକୋମା ଦିବସ ପାଳିତ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର, ୧୧/୦୩/୨୦୨୬(ଗଗନ ସେଠୀ): ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଗ୍ଲୁକୋମା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସିନେମା ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ  ହୋଇଥିଲା। ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ଗ୍ଲୁକୋମା ଦିବସର ବିଷବସ୍ତୁ - ଗ୍ଲୁକୋମା ମୁକ୍ତ ବିଶ୍ଵ ପାଇଁ ଏକାଠି ହେବା ।
     Imageଉକ୍ତ ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନ ରତ ଛାତ୍ରୀମାନେ,ମନୋଜ କୁମାର ଦାସ, ତାଳିମ୍ କେନ୍ଦ୍ରର ଟିଉଟର ମାଡ଼ାମ ମାନେ ଉପସ୍ଥିତ ଥିଲେ।
      Imageସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ କଳାମୋତିଆର କାରଣ ଗୁଡିକ ଯଥା ବାର୍ଦ୍ଧକ୍ୟ,ସମୀପ ଦୃଷ୍ଟିଦୋଷ,ଦୀର୍ଘ ମିଆଦି ଷ୍ଟିରଏଡ ଚିକିତ୍ସା, ବଂଶଗତ, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ଆଖିର ମାତ୍ରାଧିକ ଚାପ ଉପରେ ଗଭୀର ଆଲୋକ ପାତ କରିଥିଲେ। ଏହାର କୌଣସି ଲକ୍ଷଣ ପ୍ରକାଶ ନ ଥାଇ ଅନ୍ଧ କରିଦେଇଥାଏ।ଏଣୁ ସମସ୍ତ ୪୦ ବର୍ଷ ଉପରେ ଥିବା ଜନ ସାଧାରଣ ନିୟମିତ ଆଖି ନିକଟସ୍ଥ ଚିକିତ୍ସା କେନ୍ଦ୍ର ମାନଙ୍କରେ ପରୀକ୍ଷା କରାଇବା ଉଚିତ। ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ବିକାଶ ରଞ୍ଜନ ନାୟକ (ଚକ୍ଷୁ ବିଶେଷଜ୍ଞ) ଅଭିଭାଷଣରେ କହିଥିଲେ ଯେ ସମଗ୍ର ବିଶ୍ୱରେ ୭୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ, ଏଣୁ ସମସ୍ତେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
        Imageଡ଼ାକ୍ତର ମନୋଜ ସାହୁ  ଭିଟାମିନ (କ) ଯୁକ୍ତ ଖାଦ୍ୟ ଖାଇବା ଉପରେ ମତ ପ୍ରକାଶ କରିଥିଲେ। ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ କଳାମୋତିଆ ଉପରେ ମତ ବ୍ୟକ୍ତ କରିଥିଲେ। ସଭା ଶେଷରେ କଳାମୋତିଆ ବିଷୟରେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
      କାର୍ଯ୍ୟକ୍ରମକୁ ଡାକ୍ତର ସୁଜିତ୍ କୁମାର ମହାପାତ୍ର (ବରିଷ୍ଠ ଚକ୍ଷୁ ବିଶେଷଜ୍ଞ) ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ପ୍ରଦୀପ କୁମାର ସାହୁ (ସହକାରୀ ଜିଲ୍ଳା ଯୋଗାଯୋଗ ଅଧିକାରୀ) ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault