ବରପାଲି ଫାର୍ମାସ୍ୟୁଟିକାଲ୍ କଲେଜରେ ଶିଳ୍ପ-ଶିକ୍ଷା ଭିତ୍ତିକ ଆଲୋଚନାଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରପାଲି :-ରାଜୀବ ଲୋଚନ ହୋତା ଏଜୁକେଶନାଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବରପାଲି ଫାର୍ମାସ୍ୟୁଟିକାଲ୍ କଲେଜ ଆନୁକୂଲ୍ୟରେ “ଇଣ୍ଟର୍ନସିପ୍ ଏବଂ ଗବେଷଣାର ସୁଯୋଗ” ଶୀର୍ଷକ ଏକ ଶିକ୍ଷା-ଶିଳ୍ପ ସମନ୍ୱୟ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ‘ଟିଜେ ଟାୟାର୍ସ’ ର ପ୍ରତିଷ୍ଠାତା ତଥା ସିଇଓ ସମୀର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ଅନୁଭୂତି ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ସେ ଶିଳ୍ପ ଜଗତର ଆବଶ୍ୟକତା, ବୃତ୍ତିଗତ ଦକ୍ଷତା ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଓ ଗବେଷଣାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥାପନା କରିଥିଲେ।ଅନୁଷ୍ଠାନରେ ଟ୍ରଷ୍ଟର ମାନ୍ୟବର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା ସଭାପତିତ୍ୱ କରିଥିଲେ। ସମ୍ପାଦକ ଦାମୋଦର ପଣ୍ଡା ଓ ନିର୍ଦ୍ଦେଶକ ଡକ୍ଟର ରଞ୍ଜନ କୁମାର ସାହୁ ଉପସ୍ଥିତ ରହିଥିଲେ। କଲେଜର ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ପ୍ରଧାନ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶିଳ୍ପ ପ୍ରଶିକ୍ଷଣ ଓ ବ୍ୟାବହାରିକ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ସେମିନାର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଶିକ୍ଷା, ନୂତନ ଗବେଷଣା ଓ ବୃତ୍ତିଗତ ସଫଳତା ପ୍ରତି ଅନୁପ୍ରାଣିତ କରିଥିବା କଲେଜ ପକ୍ଷରୁ କୁହାଯାଇଛି।

0
0
0
s2sdefault