(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଅତ୍ୟଧିକ ଡିଜେ ସାଉଣ୍ଡ ଉପରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ରୋକ ଲଗେଇଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ଭାବେ ପତ୍ର ସଂଖ୍ୟା ୧୦୨୦/୧୦-୦୩-୨୦୨୬ ପ୍ରକାରେ ଗୁଣପୁର ଉପଖଣ୍ଡରେ ୫୫ଡିବି ଠାରୁ ଅଧିକ ଶବ୍ଦରେ ବାଜୁଥିବା ଡିଜେ ଗୁଡିକୁ ସିଜ କରିବା ସହ ବ୍ୟବହାର କରୁଥିବା ବ୍ୟକ୍ତି, ଅନୁଷ୍ଠାନ ମୁଖ୍ୟଙ୍କୁ ଗିରଫ କରିବା ସହ ଡିଜେ ଗାଡି ସିଜ କରିବା ନିମନ୍ତେ ଉପ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ଅଭିଯୋଗ ଗୁଡିକ ପାଉଥିବାରୁ ଉପ ଜିଲ୍ଲାପାଳ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିବାହ, ଶୋଭାଯାତ୍ରାରେ ଓ ରାସ୍ତା ଉପରେ ଡ଼ିଜେ ଗୁଡିକ ବହୁମାତ୍ରାରେ ଶବ୍ଦ କରୁଥିବାରୁ ସେଗୁଡିକୁ ରୋକ ଲଗେଇବା ସହ ଆଇନ ଅନୁଯାୟୀ ଡିଜେ ଗାଡି ବ୍ୟବହାର କରିବାକୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ
ଅତ୍ୟଧିକ ଡିଜେ ସାଉଣ୍ଡ ଉପରେ ରୋକ ଲଗେଇଲେ ଉପ ଜିଲ୍ଲାପାଳ ।
- Hits: 55








