ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ମଙ୍ଗଳବାର ସକାଳ ସାତ ଘଣ୍ଟ ସମୟରେ ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟରାସ୍ତା କଡ଼ ଏକ ମୁଗ ଚାଷ ଜମିରେ ଗୋଟିଏ ଗଳିତ ଶବ ପଡିଥିବାର କିଛି ଲୋକ ଦେଖି ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ l ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଶରୀର ପଚି ଯାଇଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। କିମ୍ବା ସାନ୍ଧ୍ୟସୁଧା ତାର ପରିଚୟ ମିଳିପାରିନି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୬/୨୬ ରେ ଏକ ଅପମୃତ ମାମଲା ୠଜୁକରି ବ୍ରହ୍ମପୁର ବଡମେଡିକାଲ ଏଫ ଏମ ଟି ରେ ଵେବଛେଦ କରାଇଛନ୍ତି l ଶବର ପରିଚୟ ମିଳିନଥିବାରୁ ଏଫ ଏମ ଟି ବିଭାଗରେ ଶବକୁ ୭୨ ଘଣ୍ଟା ରଖାଯିବ l ସବ ମିଳିବା ଜାଗା ଠାରୁ କିଛି ଦୂରରେ ଦୁଇଟି ବ୍ୟାଗ୍ ପଡିଥିବାବେଳେ ଉକ୍ତ ବ୍ୟାଗ୍ ରେ କିଛି ପୋଷକ, ପାଣି ବୋତଲ ସହ କିଛି ଆବଶ୍ଯକୀୟ ସାମଗ୍ରୀ ଥିବା ଜଣାପଡ଼ିଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମଦ୍ୟପାନ ଜନିତ କି ସାପ କାମୁଡ଼ାରେ ମୁତୁ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ବେଲଗୁଣ୍ଠା ଥାନା ଏ ଏସ ଆଇ ପିକେ ଛାଟେଇ ଘଟଣାର ତଦନ୍ତ କରୁଛନ୍ତି। ଜିଲ୍ଲାର କେଉଁ ଥାନାରେ ଗତ ପlଞ୍ଚରୁ ସାତଦିନ ମଧ୍ୟରେ ମିସିଙ୍ଗ କେଶ ହୋଇଛି ଏ ନେଇ ଥାନା ଅଧିକାରୀ ବିଭିନ୍ନ ଥାନାସହ ଯୋଗାଯୋଗ ରେ ଅଛନ୍ତି, ସବବେବଛେଦ ରିପୋର୍ଟ ଆସିଲେ ମୃତର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହୁଛି l
ରାଜ୍ୟ
ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।
- Hits: 60








