ବାଲେଶ୍ୱର /ଗଗନ କୁମାର ସେଠୀ : ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଅଧିନିୟମ -୨୦୦୫ ଉପରେ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାର ଆୟୋଜନ ପୂର୍ବରୁ ବାଲେଶ୍ୱରର ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସୂଚନା ଅଧିକାର ଅଧିନିୟମ ସମ୍ବନ୍ଧରେ ଉଭୟ ଓଡିଆ ଓ ଇଂରାଜୀରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ବକ୍ତୃତା ପ୍ରତିଯୋଗିତା ସରିବା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଯୋଗ ଦେଇଥିଲେ। ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ଅତିଥିମାନଙ୍କର ପରିଚୟ ଦେବା ସହ ସ୍ବାଗତ ଭାଷଣ ଦେଇଥିଲେ । ତାଙ୍କ ସହିତ ଭବନେଶ୍ୱରରୁ ଆସିଥିବା ତାଲିମ ଦାତା ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ରାଉତ, ସମାଜସେବୀ ଶ୍ରୀଯୁକ୍ତ ଶତ୍ରୁଘ୍ନ ମଲ୍ଲିକ, ବରିଷ୍ଠ କବି ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସୂଚନା ଅଧିକାର ଅଧିନିୟମର ଉଦ୍ଦେଶ୍ୟ, ଉପକାରିତା ଓ ଅପବ୍ୟବହାର ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ତାପରେ ସୂଚନା ଅଧିକାର ଅଧିନିୟମର ତାଲିମ ଦାତା ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ମୋଟ ୧୧୯ ଜଣ FAA, PIO ଏବଂ APIO ଅଧିକାରୀମାନଙ୍କୁ ସୂଚନା ଅଧିକାର ଅଧିନିୟମ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ । ଉଭୟ ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ଆର୍ଥିକ ରାଶିରେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୁଢାନ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଋଷିକାନ୍ତ ମହାନ୍ତ, ସତ୍ୟ ସାଗର ମଣ୍ଡଳ, ହରିଶଙ୍କର ପ୍ରଧାନ, ପୁରୁଷୋତ୍ତମ ସେଠୀ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥଲେ ।
ରାଜ୍ୟ
ଜିଲ୍ଳା ସ୍ତରୀୟ ସୂଚନା ଅଧିକାର ଅଧିନିୟମ-୨୦୦୫ କର୍ମଶାଳା ଅନୁଷ୍ଠିତ
- Hits: 40








