ହେଡଲାଇନସ୍:

ମାର୍ଚ୍ଚ ୧୩ରେ ମାଇନିଂ ସ୍କୁଲ୍‌ ଖେଳ ପଡ଼ିଆରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା​ ଅନୁଷ୍ଠିତ ହେବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୦/୩- ଜିଲ୍ଲାର ଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ ମାର୍ଚ୍ଚ ୨୦୨୬ (ଶୁକ୍ରବାର) ସକାଳ ୯.୦୦ଟାରୁ ଅପରାହ୍ନ ୪.୦୦ଟା ପର୍ଯ୍ୟନ୍ତ OSME ଖେଳମଇଦାନ, କେନ୍ଦୁଝରଠାରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ​ଏହି ନିଯୁକ୍ତି ମେଳାରେ ଶିଳ୍ପ, ଖଣି, ବ୍ୟାଙ୍କିଂ, ରିଟେଲ୍, ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ସମ୍ପର୍କିତ କ୍ଷେତ୍ରର ବିଭିନ୍ନ ପ୍ରତିଷ୍ଠିତ ନିଯୁକ୍ତିଦାତାମାନେ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବେ।
୧୮ ରୁ ୩୫ ବର୍ଷ ବୟସର ସମସ୍ତ ପୁରୁଷ ଓ ମହିଳା ଚାକିରି ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଯୋଗଦେଇ ନିୟୋଜକମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ଚାକିରି ସୁଯୋଗ ଲାଭ କରିପାରିବେ।
ଯୋଗଦାନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସହିତ ଉପସ୍ଥିତ ରହିବାକୁ ଅନୁରୋଧ।​
ପ୍ରାର୍ଥୀମାନେ ନିୟୋଜକମାନଙ୍କ ସହ ସିଧାସଳଖ ଆଲୋଚନା ଓ ସାକ୍ଷାତକାର ମାଧ୍ୟମରେ ଚୟନ ହୋଇପାରିବେ। ​ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକ ଓ ଯୁବତୀମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ସୁଯୋଗର ସଦୁପଯୋଗ କରିବାକୁ ଆହ୍ୱାନ କରାଯାଇଛି।

0
0
0
s2sdefault