ହେଡଲାଇନସ୍:

ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୦ ମାର୍ଚ୍ଚ, ୨୦୨୬: ଓଡ଼ିଶାର ଛାତ୍ରଛାତ୍ରୀମାନେ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଅଧୀନରେ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ପ୍ରଦର୍ଶିତ କରିଛନ୍ତି।

୭ଜଣ ଛାତ୍ରଛାତ୍ରୀ - ରେଭେନ୍ସା ବିଶ୍ୱ ବିଦ୍ୟାଳୟର ବି. ସିମ୍ରନ, ରାଜେଶ୍ୱରୀ ବେହେରା, ପୁଷ୍ପାଞ୍ଜଳି ବେହେରା, ମନୀଷା ଲେଙ୍କା, ସୌମ୍ୟ ରଞ୍ଜନ ବୈଥାଲୁ, ଉତ୍କଳ ବିଶ୍ୱବିଦ୍ୟାଳୟର ଶିବାଂଶୀ ନାୟକ, ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅର୍ନିବାଣ କର "ଟ୍ରାଞ୍ଚିଫି"- ଆଗାମୀ ଦିନର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୱାର୍କିଙ୍ଗ କ୍ୟାପିଟାଲ ପ୍ଲାଟଫର୍ମ" ପ୍ରକଳ୍ପକୁ ବୈଶ୍ବିକ ବିତ୍ତ ଫୋରମ୍‌ରେ ପ୍ରଦର୍ଶିତ କରିଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ନିଜର ଉଦ୍ୟୋଗ ପାଇଁ ଯେପରି ସହଜ ଓ ସୁବିଧାରେ ବ୍ୟାଙ୍କରୁ ଋଣ ନେଇପାରିବେ ଏବଂ ଏହି ବିତ୍ତୀୟ ପ୍ରକ୍ରିୟାକୁ ଯେପରି ଡ଼ିଜିଟାଇଜ କରାଯିବ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ନିଜର ଫିନଟେକ୍ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ।

ଏହି ପ୍ରକଳ୍ପକୁ ଗ୍ଲୋବାଲ ଫାଇନାନ୍ସ ଓ ଟେକନୋଲୋଜି ନେଟୱାର୍କ ଏବଂ ଜାପାନର ଏମୟୁଏଫଜି ବ୍ୟାଙ୍କ ଲିମିଟେଡ଼ର ଅଧିକାରୀମାନେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସ ପାଇଁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱ ବିଦ୍ୟାଳୟ - ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ଡ଼ିଜିଟାଲ ଫାଇନାନ୍ସ ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକନୋଲୋଜି ନେଟୱାର୍କର ମିଳିତ ସହାଭାଗିତରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗାମ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଯେଉଁଥିରେ ୧୯୫ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ୟାପ୍‌ଷ୍ଟୋନ ପ୍ରକଳ୍ପ ଉପରେ କାମ କରିଥିଲେ। ସେଥି ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ୭ ଜଣିଆ ଛାତ୍ରଛାତ୍ରୀଙ୍କ ଏକ ଟିମ୍ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ପ୍ରଦର୍ଶିତ କରିବା ପାଇଁ ଚୟନିତ ହୋଇଥିଲେ।

"ବିତ୍ତୀୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବ ସୃଜନ ଓ ନୂତନ ଉଦ୍ୟମର ବିକାଶ ପାଇଁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ସହାୟକ ହୋଇପାରିଛି ଏବଂ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ପାଇଁ ଅନ୍ତର୍ଜାତୀୟ ଫୋରମ୍‌ରେ ଆମ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ପାଇଁ ଆମକୁ ସୁଯୋଗ ମିଳିପାରିଛି " ବୋଲି ଛାତ୍ରଛାତ୍ରୀମାନେ ମତପ୍ରକାଶ କରିଛନ୍ତି।

0
0
0
s2sdefault