ହେଡଲାଇନସ୍:

ଶ୍ରୀରାମପୁର ସେବା ସମବାୟ ସମିତି : ମଣ୍ଡି ନେଉନି ଧାନ , ବିକଳରେ ଚାଷୀ ଚାହିଁ ରହିଛି ଧରି ଟୋକନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା କଂଗ୍ରେସ ଉପସଭାପତିଙ୍କ ନେତୃତ୍ୱ ରେ ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ଦେଲେ ଚାଷୀ 

ବାଲେଶ୍ୱର /ଗଗନ କୁମାର ସେଠୀ : ଶ୍ରୀରାମପୁର ସେବା ସମବାୟ ଅଧୀନ ରେ ଥିବା ରସଲପୁର ଶ୍ରୀରାମ ପୁର ପଂଚାୟତ ସମେତ କୁରଢିଆ ପଂଚାୟତ ର ସାନ ଧନାଡି ଗ୍ରାମ ର ମୋଟ ୧୧୨୫ଜଣ ପଞ୍ଜିକୃତ ଚାଷୀ ଟୋକନ ଦେଖାଇ କିଛି ଧାନ ଦେଇଥିଲା ବେଳେ ଅଦ୍ୟବଧି ୭୨୬, ଜଣ ଚାଷୀ ଙ୍କ ଧାନ ସେବା ସମବାୟ ସମିତି ରେ ପଡି ରହିଛି। ଆଗାମୀ ଏଗାର ତାରିଖ ବୁଧ ବାର ଧାନ ଦେବାର ସମୟ ସୀମା ରହିଛି। ମାତ୍ର ମିଲର ମାନେ ଟ୍ରକ ପଠାଉ ନାହାନ୍ତି ବୋଲି ଚାଷୀ ମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କେଇଛନ୍ତି। ଚାଷୀ ମାନେ ଓ ସେବା ସମବାୟ ସମିତି ପକ୍ଷରୁ ୮୧ଥର ଏ ସମ୍ପର୍କରେ ପତ୍ର ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି ସ୍ଥାନୀୟ ଚାଷୀ ତଥା ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଗୁରୁ ପ୍ରସାଦ ମିଶ୍ର କହିଛନ୍ତି। ଅଫିସର ଓ ମିଲର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବାରୁ ଚାଷୀ ଙ୍କୁ ଶୋଷଣ କରାଯାଉଛି ବୋଲି ଯୁବ ନେତା ସରୋଜ ଲେଙ୍କା ଅଭିଯୋଗ କରିଛନ୍ତି। ରେମୁଣା ର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ସମିତି ର ସଭାପତି ସାବିତ୍ରୀ ମିଶ୍ର, ଉପସଭାପତି ମଞ୍ଜୁ ଲତା ପତି, ନିର୍ଦ୍ଦେଶକ ସଂକର୍ଷଣ ପ୍ରଧାନ, ମାନସ ମହାପାତ୍ର, ପ୍ରଶାନ୍ତ ଜେନା ଶକ୍ତି ରଞ୍ଜନ ଗୋଛାୟତ, ଅମିତ କୁମାର ପତି,ଅରୂପାନନ୍ଦ ବଢ଼େଇ, ଆନନ୍ଦ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ

0
0
0
s2sdefault