“ଓସ୍କା” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୯/୩- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ୱସ୍କା”ର “ତ୍ରିଶା” ପ୍ରକଳ୍ପ ପକ୍ଷରୁ ବାଂଶପାଳ ବ୍ଲକର ବାୟାକକୁମୁଟିଆ ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ବିଶେଷ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓସ୍କା–ତ୍ରିଶା ପ୍ରକଳ୍ପର ପ୍ରକଳ୍ପ ସଂଯୋଜକ ସୁଶ୍ରୀ ମମତା ବାରିକ ସ୍ଵାଗତ ସୂଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପରେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୋନାଲି ଦାସ, ଓସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ମାନସିଂ ଦୁର୍ଗାପ୍ରସାଦ ନାୟକ ଓ ପ୍ରକଳ୍ପର ପ୍ରବନ୍ଧନ ଅଧିକାରିଣୀ ସୁପ୍ରିୟା ପଣ୍ଡା ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ମୂଳ ଉଦ୍ଦେଶ୍ୟ ସମପରକରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ଓସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ମାନସିଂ ଦୁର୍ଗାପ୍ରସାଦ ନାୟକ କହିଥିଲେ ଯେ ମହିଳାମାନଙ୍କର ଅଧିକାର, ସମ୍ମାନ ଓ ସମାନତାକୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ବିଷୟରେ ସମାଜକୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ପରେ ମୁଖ୍ୟ ଅତିଥି ତଥା ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୋନାଲି ଦାସ ତାଙ୍କର ଅଭିଭାଷଣରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଶିଶୁ ମଙ୍ଗଳ ସମିତି ନେଉଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ଆଲୋଚନା କରିବା ସହିତ ସମାଜର ଅନାଥ ଓ ଅସହାୟ, ପରିତ୍ୟକ୍ତ କିମ୍ବା ଅସୁରକ୍ଷିତ ପରିସ୍ଥିତିରେ ରହୁଥିବା ଶିଶୁ ମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇଦେବା ହିଁ ଶିଶୁ ମଙ୍ଗଳ ସମିତିର ମୁଖ୍ୟ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ । ତତପରେ ପରେ ପ୍ରକଳ୍ପର ପ୍ରବନ୍ଧନ ଅଧିକାରିଣୀ ସୁପ୍ରିୟା ପଣ୍ଡା ତ୍ରିଶା ପ୍ରକଳ୍ପ ମାଧ୍ୟମରେ ମହିଳା ମାନଙ୍କ ବିକାଶ ଓ ମହିଳା ସଶକ୍ତିକରଣ ପାଇଁ ନିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପରେ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ । ମହିଳାମାନେ ଯଦି ସାହସ ଓ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ନ୍ତି, ତେବେ ସେମାନେ ନିଜ ପରିବାର ଓ ସମାଜର ଉନ୍ନତିରେ ଅଧିକ ଅବଦାନ ରଖିପାରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହାପରେ ଉପସ୍ଥିତ ମାଆମାନଙ୍କୁ ନେଇ ବିଭିନ୍ନ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ କୃତିତ୍ଵ ପ୍ରଦର୍ଶନ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯିବା ସହିତ ସ୍ଥାନୀୟ ୧୦ଜଣ ସଫଳ ମହିଳା ବ୍ୟବସାୟୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ପ୍ରକଳ୍ପର କର୍ମୀ ଶୁକଦେବ କାରୁଆ, ଲକ୍ଷ୍ମୀପ୍ରିୟା ମହାକୁଡ଼, ପ୍ରିୟାଂଶୁ ଶେଖର ବାରିକ, ସୁନୀଲ କୁମାର ମୁଣ୍ଡା ଓ କାହ୍ନା ପ୍ରସାଦ ସାହୁ ପ୍ରମୁଖ ସୁଚାରୁ ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ୧୫ଟି ଗ୍ରାମର ୧୮୦ରୁ ଅଧିକ ମହିଳା ଯୋଗଦେଇଥିଲେ ।

0
0
0
s2sdefault