ହେଡଲାଇନସ୍:

ଭଜନ ଓ ଆଧୁନିକ ନୃତ୍ଯ ଗୀତରେ ଝୁମିଲେ ଦର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୬/୨-ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ କଳା ପରମ୍ପରା ଓ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡି କୋଠ ଆନୁକୁଲ୍ଯରେ ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ଵର ଡ୍ରିମ ନାଇଟ ଡ୍ଯାନ୍ସ ଗ୍ରୁପ ପକ୍ଷରୁ ଗୋପୀନାଥ ମନ୍ଦିର ସମ୍ମୁଖରେ ଭଜନନୃତ୍ଯ ଓ ଆଧୁନିକ ନୃତ୍ଯ ଗୀତ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । କୋଠର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ସରପଞ୍ଚ ଅଶୋକ କୁମାର ରାଉତରାୟ,ସତ୍ୟପ୍ରକାଶ ଦାଶ, ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସମ୍ପାଦକ ସୁଧାଂଶୁ କର ଅତିଥିଭାବେ ଯୋଗଦେଇ କହିଲେ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ପାଞ୍ଚ ଦିନଧରି ଦୋଳପୂର୍ଣ୍ଣିମା ପର୍ବ ଧୂମଧାମରେ ପାଳିତ ହୋଇଛି । ଗୋପୀନାଥ ମହାପ୍ରଭୁ ସୁସଜ୍ଜିତ ଚଉଦୋଳରେ ଯାଇ ଗ୍ରାମରେ ଦୁଆରି ଭୋଗ ଅର୍ପଣ ସହ ଶୋଭାଯାତ୍ରାରେ ଯାଇ ଦୋଳମଣ୍ଡପ ଉପରେ ଦୋଳରେ ଗ୍ରାମର ପ୍ରଭୁ ଚଣ୍ଡେଶ୍ବରଙ୍କ ସହ ଝୁଲୁଥିଲେ । ଭକ୍ତ ମାନଙ୍କ ଦର୍ଶନ ସମେତ ଗ୍ରାମର ସର୍ବଭାରତୀୟ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଓ ଗ୍ରାମର ବିଶେଷ ପର୍ବପର୍ବାଣୀ ପାଳନ ଏକ ସ୍ବତନ୍ତ୍ର ନିଆରା । ଶାନ୍ତି ମୈତ୍ରୀ ଓ ଭାଇଚାରାରେ ଏକତ୍ରିତ ରହିଥିବାରୁ ଅତିଥି ମାନେ ଖୁସିବ୍ୟକ୍ତ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ମାନସ କୁମାର ଓ ଲୀନାଙ୍କ ଉପସ୍ଥାପନ ଶୈଳୀ ଓ ଆଧୁନିକ ଗୀତରେ ଝୁମିଥିଲେ ଦର୍ଶକ । ଗ୍ରୁପ ଡ୍ଯାନ୍ସରେ ଦୁଲୁକିଥିଲା ମଞ୍ଚ । ରଙ୍ଗୀନ ଆଲୋକ ମାଳାରେ ଝଲସୁଥିଲା ମଞ୍ଚ । ମଞ୍ଚ ନାଚ ଗୀତ ନାଚିଥିଲେ ଉତ୍ସାହିତ ଗ୍ରାମର ଯୁବକ । ଯୁବକ ମାନଙ୍କ ଡ୍ଯାନ୍ସ ଦେଖି ଦର୍ଶକ ମାନେ ହୋଇଥିଲେ ବିମୋହିତ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପବିତ୍ର କୁମାର ମିଶ୍ର, ବିଶ୍ବଜିତ ମିଶ୍ର, ସିଦ୍ଧାର୍ଥ ଦାଶ, ସୌରଭ କୁମାର ନନ୍ଦ, ସୁବ୍ରତ କୁମାର ନନ୍ଦ, ବିନାୟକ ଶତପଥୀ ,ଶ୍ରୀପତି ଦାଶ, ଦୁତିକୃଷ୍ଣ ମିଶ୍ର, ଜ୍ଯୋତି ପ୍ରକାଶ ମିଶ୍ର,ସତ୍ଯନାରାୟଣ ମହାପାତ୍ର, ସଂବୀତ କେଶରୀ ଦାଶ ପ୍ରମୁଖ ସମେତ ଅନ୍ଯ ସଦସ୍ଯ ମାନେ ଏକତ୍ରିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦର୍ଶକ ମାନଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ କଳାକାର । କୁନି ପିଲାମାନଙ୍କ ଚିତାକର୍ଷକ ରଙ୍ଗାରଙ୍ଗ ନୃତ୍ଯ ଓ ନିଆଁ ହୁଳା ନୃତ୍ଯ ବେଶ ଚମତ୍କାର ହୋଇଥିଲା । ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମର ଶତାଧିକ ଲୋକଙ୍କ ସମେତ ଆଖପାଖ ଅଞ୍ଚଳର ଦର୍ଶକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଡ୍ଯାନ୍ସ ଓ ଗୀତକୁ ମନୋଭରି ଉପଭୋଗ କରିଥିଲେ ।

0
0
0
s2sdefault