ପାଇକମାଳ/ଶିବାଶିଷ ପଟ୍ଟନାୟକ (୦୫/୦୩):- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ପ୍ରତିନିଧି ହୃଦାନଦ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଲକ୍ ଅଧ୍ୟକ୍ଷା ଭାବନା ସିଂ,ବ୍ଲକ୍ ବିଜେଡ଼ି ସଭାପତି ବିଜୁ ସ୍ବାଇଁ, ଜିଲ୍ଲା ବିଜେଡି ଉପସଭାପତି ଟାଇଲ ଚନ୍ଦ୍ର ଭୋଇ, ବ୍ଲକ ବିଜେଡି ଯୁବ ସଭାପତି ଗୌତମ୍ ସିଂ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ସହ ସ୍ମୃତିଚାରଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ସଭାପତି ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ପାଇକମାଳ ରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ।
- Hits: 46








