ହେଡଲାଇନସ୍:

ମୃତ୍ୟୁ ସହ ଲଢ଼େଇ କରୁଛି ବଣ୍ଡା ଘାଟିର ଏକ ନିଷ୍ପାପ ଜୀବନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜଣେ ମେଧାବୀ ଛାତ୍ରର ସ୍ୱପ୍ନ ଏବେ ହସ୍ପିଟାଲ ଶଯ୍ୟାରେ ଛଟପଟ ହେଉଛି। ମାଲକାନଗିରି ଜିଲ୍ଲା ଅନ୍ଦ୍ରାହାଲ ପଞ୍ଚାୟତର ୧୭ ବର୍ଷୀୟ ବଣ୍ଡା ଯୁବକ ସୋନିଆ ଚାଲାନଙ୍କ ପାଇଁ ଏବେ ସମୟ ସାଜିଛି ସବୁଠାରୁ ବଡ଼ ଶତ୍ରୁ। ଜୟପୁର ଜିଏଲସି ସ୍କୁଲର ଅଷ୍ଟମ ଶ୍ରେଣୀର ଏହି ଛାତ୍ର ଜଣକ ଦିନେ ନିଜ ପରିବାର ପାଇଁ ସାହାରା ହେବାର ସ୍ୱପ୍ନ ଦେଖୁଥିଲେ, ହେଲେ ରକ୍ତ କର୍କଟ ଭଳି ମାରାତ୍ମକ ବ୍ୟାଧି ତାଙ୍କୁ ଆଜି ମୃତ୍ୟୁ ମୁଖକୁ ଠେଲି ଦେଇଛି।ପୂର୍ବରୁ ବିଶାଖାପାଟଣାରେ ଦୁଇଟି କେମୋ ଚିକିତ୍ସା ଶେଷ ହୋଇଥିଲେ ମଧ୍ୟ ତୃତୀୟ କେମୋ ପାଇଁ ସବୁଠାରୁ ବଡ଼ ବାଧକ ସାଜିଛି 'ଅର୍ଥ'। ସରକାରୀ ସ୍ୱାସ୍ଥ୍ୟ କାର୍ଡରେ ଥିବା ସମସ୍ତ ଅର୍ଥ ସରିଯାଇଥିବାରୁ ଏବଂ ପରିବାର ପାଖରେ ବିଶାଖାପାଟଣା ଯିବାକୁ ସମ୍ବଳ ନଥିବାରୁ, ଡାକ୍ତର ଦେଇଥିବା ସମୟ (ମାର୍ଚ୍ଚ ୩) ବିତିଯାଇଛି। ସୋନିଆଙ୍କ ଶରୀରରେ ପ୍ଲାଟଲେଟ୍ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ତିନି ଭଉଣୀଙ୍କ ଏକମାତ୍ର ଭାଇକୁ ବଞ୍ଚାଇବା ପାଇଁ ବାପା-ମା’ଙ୍କ ପାଖରେ କେବଳ ଲୁହ ଛଡ଼ା ଆଉ କିଛି ନାହିଁ।ଏହି ସରଳ ବଣ୍ଡା ପରିବାରଟି ଆଜି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚାତକ ଭଳି ଚାହିଁ ରହିଛି। ଯଦି ତୁରନ୍ତ ସରକାରୀ ସହାୟତା ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳନ୍ତା, ତେବେ ହୁଏତ ସୋନିଆ ପୁଣି ଥରେ ସ୍କୁଲକୁ ଫେରି ପାରନ୍ତେ।

0
0
0
s2sdefault