ହେଡଲାଇନସ୍:

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୁରୀ,୬/୨- ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସଂଧ୍ଯାରେ ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ଆଚାର୍ଯ୍ଯ ହରିହର କ୍ଲବ ସମ୍ମୁଖରେ ୫୪ତମ ଆଚାର୍ଯ୍ଯ ସ୍ମାରକୀ ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆନନ୍ଦ ଉଲ୍ଲାସର ସହ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଭଲିବଲ ସିନିୟର କୋଚ ମୃତ୍ୟଞ୍ଜୟ ମିଶ୍ର ଯୋଗଦେଇ ଆଚାର୍ଯ୍ଯ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ସ୍ନେହ ଶ୍ରଦ୍ଧା ଓ ଭକ୍ତି ଏକତା ସହ ପବିତ୍ର ଦୋଳପୂର୍ଣ୍ଣିମା ପର୍ବରେ ଏଭଳି ନିଆରା ପରମ୍ପରା ଭଲିବଲ ଟୁର୍ଣ୍ଣାମେଣ୍ଟ । ଆୟୋଜିତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ସାମନ୍ତରାୟ, ପୂର୍ବତନ ସମିତିସଭ୍ଯ କୃଷ୍ଣଚନ୍ଦ୍ର ତ୍ରିପାଠୀ, ପାହୁ ଟେର୍ଡସ ପରିଚାଳକ ଦେବାଶିଷ ମିଶ୍ର, ଗ୍ରାମ କୋଠ ସମ୍ପାଦକ ମାନସ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କ ଖେଳ ପ୍ରଦର୍ଶନକୁ ଅତି ଉଚ୍ଚକୋଟିର କହିବା ସହ ଖେଳ ଦ୍ବାରା ସୁନ୍ଦର ସ୍ବାସ୍ଥ୍ୟ ଓ ଶରୀରର ଗଠନ ଶୈଳୀ ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଯୁବ ପରିଷଦର ସଭାପତି ଅଜିତ କୁମାର ନନ୍ଦ ସଭାପତିତ୍ବ କରିଥିଲେ । ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ କେଏସଆର ସ୍ପିକରିତ ୱେଷ୍ଟବେଙ୍ଗଲ, ହାଇଦ୍ରାବାଦ ଇନକମ ଟ୍ଯାକ୍ସ,ମୋଙ୍ଗିଆ ଭଲିବଲ ଏକାଡେମୀ ଝାଡଖଣ୍ଡ, ହରିଆନା ସ୍ପାଇକର ଦଳ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ଖେଳାଳୀମାନଙ୍କୁ ସ୍ବାଗତ କରିବା ସହ କରମର୍ଦ୍ଦନ କରି ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପରାମର୍ଶ ଦେଇଥିଲେ । ଉଜ୍ଜ୍ବଳ ଆଲୋକ ମାଳାରେ ଖେଳପଡିଆ ଆଲୋକିତ ହୋଇଥିଲା । ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମର ଶତାଧିକ ଲୋକଙ୍କ ସମେତ ଆଖପାଖ ଅଞ୍ଚଳର ଦର୍ଶକ ମାନଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ ଖେଳାଳିମାନେ । ୪ଟି ଦଳ ଭିତରେ ୪ଟି ପର୍ଯାୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଭଲିବଲ ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ ଇନକମ ଟ୍ଯାକ୍ସ ଚମ୍ପିୟାନ ହୋଇଥିବା ବେଳେ କେଏସଆର ସ୍ପିକରସ ୱେଷ୍ଟବେଙ୍ଗଲ ରନର୍ସ ଅପ ହୋଇଥିଲେ । ଅତିଥିମାନଙ୍କ ଦ୍ବାରା ଚମ୍ପିୟାନ ଦଳକୁ ୨୦ ହଜାର ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଯୁବ ପରିଷଦର ସମ୍ପାଦକ ସୁବ୍ରତ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନୁଷ୍ଠାନର ଉପଦେଷ୍ଟା ତଥା ଭଲିବଲ ପ୍ରଶିକ୍ଷକ ପ୍ରଭାକର ତ୍ରିପାଠୀ ଖେଳ ପରିଚାଳନା କରିଥିବା ବେଳ ଯୁବ ପରିଷଦର ସଦସ୍ଯ ସଂଗ୍ରାମ ମିଶ୍ର, ଆଶୁତୋଷ ତ୍ରିପାଠୀ, ବିଶ୍ବଜିତ ଦାଶ, କ୍ଷୀରୋଦ ମିଶ୍ର, ଅବିନାଶ ତ୍ରିପାଠୀ, ସୌରଭ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଶ୍ରୀରାମ ନନ୍ଦ, ସୁମିତ ମିଶ୍ର, ସଞ୍ଜୟ ନନ୍ଦ, କାଳିପ୍ରସାଦ ମିଶ୍ର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଟୁର୍ଣ୍ଣାମେଣ୍ଟକୁ ମନୋଭରି ଉପଭୋଗ କରିଥିଲେ । ଖେଳାଳୀମାନେ ଶୃଙ୍ଖଳିତ ଭାବେ ଖେଳ ପ୍ରଦର୍ଶନ କରିବା ସହ ପୂଣ୍ୟଭୂମି ଶ୍ରୀରାମଚନ୍ଦ୍ରପୁର ଗ୍ରାମରୁ ସୁଖଦ ଅନୁଭୂତି ନେଇ ଘରକୁ ଫେରିଥିଲେ ।

0
0
0
s2sdefault