ହେଡଲାଇନସ୍:

ସୁସ୍ଥ ମନ୍ଦିର ପରିବେଶ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଆୟୋଜନ କ୍ରମେ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁସ୍ଥ ମନ୍ଦିର ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ତଥା ଅବସରପ୍ରାପ୍ତ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର୍ ଶଙ୍କର ନାରାୟଣ ବେଜ,ଗାଙ୍ଗପୁର ବନପାଳ ଦିଲ୍ଲୀପ୍ କୁମାର ଦାସ , ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ଏବଂ ପୁଷ୍କରିଣୀକୁ ସ୍ଵଚ୍ଛ ରଖିବା ଦିଗରେ ସରକାର ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ବିଭାଗର ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ଅତିଥି ଡକ୍ଟର୍ ବେଜ୍ ପରିବେଶ ସୁରକ୍ଷା ସହିତ ବିଶ୍ୱ ତାପନ ନିୟନ୍ତ୍ରଣ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ବନପାଳ ଶ୍ରୀ ଦାସ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ମଠ ମନ୍ଦିର ଭଳି ସାମାଜିକ ଅନୁଷ୍ଠାନ ଏବଂ ପୁଷ୍କରିଣୀର ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବା ସହ ଏହାର ସବୁଜ ପରିବେଶର ଉନ୍ନତିକରଣ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ହନୁମାନ ମନ୍ଦିର ପରିସରରେ ସଫେଇ ସହିତ ଚାରା ରୋପଣ କରାଯିବା ସହ ଡଷ୍ଟବିନ୍ ର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I

0
0
0
s2sdefault