୨୮ ଫେବୃୟାରୀ, ୨୦୨୬ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭୂରାଜସ୍ବ ଓ ଜଳକରର ଧାର୍ଯ୍ୟ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସୂଚନାଯୋଗ୍ୟ ଯେ, ଅର୍ଥ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୯୮୦ କୋଟି ଟଙ୍କାର ଭୂରାଜସ୍ବ ଓ ୨୫.୩୨ କୋଟି ଟଙ୍କାର ଜଳକର ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାକୁ ଥିବା ବେଳେ ବକେୟା ଭୂରାଜସ୍ୱ ଓ ଜଳକର ତ୍ବରିତ ଆଦାୟ କରିବା ନିମନ୍ତେ ସମସ୍ତ ଜିଲ୍ଲାପାଳଙ୍କୁ ଯତ୍ନବାନ୍ ହେବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ସମସ୍ତ ରାଜସ୍ୱ ଡିଭିଜନାଲ କମିଶନରମାନଙ୍କୁ ମଧ୍ୟ ବକେୟା ଭୂରାଜସ୍ୱ ଓ ଜଳକର ଆଦାୟ ସମ୍ବନ୍ଧରେ ସାପ୍ତାହିକ ବୈଠକ କରି ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରଚେଷ୍ଟା କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି l
ରାଜ୍ୟ
ବକେୟା ଭୂରାଜସ୍ଵ ଓ ଜଳକର ସମୟସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ
- Hits: 6








