ଓଡ଼ଗାଁ,୨୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ବଡ଼ବାବୁ ପ୍ରାଣକୃଷ୍ଣ ରଥ ତାଙ୍କ ସରକାରୀ କାର୍ଯ୍ୟରୁ ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ଉଦ୍ୟମରେ ଓଡ଼ଗାଁ ରାମ ସାଗର ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିଦାୟ କାଳୀନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର କୁମାର ସେଠୀ, ରେଜିଷ୍ଟର ସାର୍ଥକ ମିଶ୍ର, ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ, ବରିଷ୍ଠ ଆଡଭୋକେଟ୍ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉତ୍ସବରେ ଯୋଗଦେଇ ଅବସର ଗ୍ରହଣ କରୁଥିବା ପ୍ରାଣକୃଷ୍ଣ ରଥଙ୍କ କାର୍ଯ୍ୟଶୈଳୀ ଏବଂ ଶୃଙ୍ଖଳିତ ଆଚାର ବ୍ୟବହାର ସହିଷ୍ଣୁତା ସମ୍ପର୍କରେ ଅନୁଭବର ଅନୁଭୁତିକୁ ବାଣ୍ଟିଥିଲେ । ଉତ୍ସବରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପରିଶେଷରେ ତହସିଲ କାର୍ଯ୍ୟାଳୟ ତରଫରୁ ପ୍ରାଣକୃଷ୍ଣଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନଙ୍କ ମଧ୍ୟରେ ଆଇଆଇସି ସତ୍ୟନାରାୟଣ ବାରିକ, ଏସ୍ଆଇ ଚକ୍ରଧର ସିଂ, ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ରଘୁନାଥ ଆଥେଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକ, ସରକାରୀ ଓକିଲ କିଶୋର ସାହୁ, କୁରାଳ ସରପଞ୍ଚ ବିଜନ ପାଇକରାୟ, ରଙ୍ଗଣୀ ପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ଉତ୍ସବରେ ଯୋଗଦେଇଥିଲା ବେଳେ ବିଦାୟ କାଳୀନ ଉତ୍ସବ ସ୍ବାଗତ ଉତ୍ସବର ଭ୍ରମ ସୃଷ୍ଟି କରିଥିଲା ।
ରାଜ୍ୟ
ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ବଡ଼ ବାବୁଙ୍କ ଅବସର ଗ୍ରହଣ
- Hits: 39








