ହେଡଲାଇନସ୍:

ମହୋଦଧିରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼ରେ ସାମିଲ ହେଲେ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, ୨୮/୨ (ଅନିମେଶ ପଟ୍ଟନାୟକ) :- ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥିରେ ଶନିବାର ଶ୍ରୀମନ୍ଦିର ସିଂହଦ୍ଵାର ଏମାର ମଠ ଚକଡା ଠାରୁ ସାଧୁସନ୍ଥ, ସେବାୟତ ଓ ଭକ୍ତ ମାନେ ଶୋଭାଯାତ୍ରାରେ ବାହାରି ସ୍ବର୍ଗଦ୍ବାର ସ୍ଥିତ ମହୋଦଧିର ଶ୍ରୀନାରାୟଣ ବିଜେଘାଟ ଠାରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପ୍ରଥମେ ମହୋଦଧି ବୁଡ ତଟ ଠାରେ ବରୁଣ ପୂଜା ଓ ବରୁଣ ଅଭିଷେକ ପୂଜା ପରେ ହନୁମାନଙ୍କୁ ସ୍ନାନ କରଯାଇଥିଲା । ସାଧୁସନ୍ଥଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ମହୋଦଧିକୂଳ । ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବୁଡ ପରିସର । ଏହି ଅବସରରେ ହଜାର ହଜାର ସାଧୁସନ୍ଥ, ସେବାୟତ, ମଠ ମହନ୍ତଙ୍କ ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇଛନ୍ତି । ଝାଞ୍ଜ କୀର୍ତ୍ତନ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ଉଚ୍ଚାରଣରେ ଗୁଞ୍ଜରିତ ହୋଇଥିଲା ଶୋଭାଯାତ୍ରା । ଅଜ୍ଞାନରୂପକ ପାପକୁ ନାଶ କରିବାକୁ ବା ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି। ଶନିବାର ଏହି ପବିତ୍ର ଦିନରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷିତ ସ୍ନାନକୁ ଦୃଷ୍ଟିରେ ରଖି ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡ ମୁତୟନ ରହିଥିଲେ। ବୁଡ଼ ପକାଇବା ପାଇଁ ଯେଉଁ ଶ୍ରଦ୍ଧାଳୁ ମାନେ ଆସିଥିଲେ ସେମାନେ ଗୋଟିଏ ସ୍ଥାନରେ ଏକତ୍ରିତ ନହୋଇ ସମୁଦ୍ରକୂଳର ଯେଉଁ ସ୍ଥାନରେ ଚାହିଁଲେବି ବୁଡ଼ ପକାଇଥିଲେ । ଶ୍ରୀମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଶେଷ ହୋଇ ବୁଡ଼ ପକାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହିପ୍ରକାଶ ମଠର ମଠାଧୀଶ ସ୍ବାମୀ ଶୁଭାନନ୍ଦ ପୁରୀ,ନେବଳ ଦାସ ମଠର ରାମଚରଣ ଦାସ ମହାରାଜ, ଉତ୍ତରପାର୍ଶ୍ଵ ମଠ ମହନ୍ତ ବିଜୟ ରାମାନୁଜ ଦାସ ମହାରାଜ, ମାତାମଠ ର ସୁବଳ ଚରଣ ଦାସ ମହାରାଜ,ପରିବର୍ତ୍ତନ ଓଡ଼ିଶାର ଜିତେନ୍ଦ୍ର ମହାପାତ୍ର ,ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ବଡ଼ ଓଡ଼ିଆ ମଠ ମହନ୍ତ ,ବିଭିନ୍ନ ମଠର ମହନ୍ତଙ୍କ ସମେତ ହଜାର ହଜାର ସାଧୁସନ୍ଥ,ସେବାୟତ ଓ ସାଧାରଣ ଭକ୍ତ ମାନେ ମହୋଦଧିରେ ଗୋବିନ୍ଦ ଦ୍ୱାଦଶୀ ବୁଡ ପକାଇ ପୁର୍ଣ୍ଣ୍ଯ ଅର୍ଜନ କରିଛନ୍ତି ।

0
0
0
s2sdefault