ପ୍ରଥମ ସେମିଫାଇନାଲରେ ସେବାୟତ ଏକାଦଶ ଫାଇନାଲକୁ ଏବଂ ବ୍ଳକ ବ୍ଳାଷ୍ଟର ସେମି ଫାଇନାଲକୁ ଉନ୍ନୀତ
ଓଡ଼ଗାଁ, ୨୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଲା। ପ୍ରଥମ ସେମିଫାଇନାଲରେ ସେବାୟତ ଏକାଦଶ ଓ ପୋଲିସ ଏକାଦଶ ମୁହାଁମୁହିଁ ହୋଇଥିବା ବେଳେ ଏକ କ୍ୱାଟର ଫାଇନାଲ ମ୍ୟାଚ୍ ଆରଏସଏମ୍, ଓଡ଼ଗାଁ ଓ ବ୍ଳକ ବ୍ଳାଷ୍ଟର, ଓଡ଼ଗାଁ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ସେମିଫାଇନାଲରେ ସେବାୟତ ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲେ। ଦଳର ଉମାକାନ୍ତ ମହାପାତ୍ର ୨୮ ବଲରେ ଦୃତଗତି ୫୨ ରନ୍ କରି ଦଳକୁ ଶକ୍ତ ଅବସ୍ଥାନରେ ପହଞ୍ଚାଇଥିଲେ। ପ୍ରତିଉତ୍ତରରେ ପୋଲିସ ଏକାଦଶ ୮ ଉଇକେଟ ବିନିମୟରେ ୧୫୪ ରନ୍ ସଂଗ୍ରହ କରି ପରାଜୟ ସ୍ୱୀକାର କରିଥିଲେ। ପୋଲିସ ଦଳର ସୁଶିଲ ୨୮ ବଲରେ ୪୪ ରନ୍ କରିଥିଲେ। ସେବାୟତ ଦଳର ଗୁଲୁ ୨୭ ବଲରେ ୩ ଉଇକେଟ ହାସଲ କରିବାର ଗୈ।ରବ ହାସଲ କରିଥିଲେ । ଏହି ବିଜୟ ସହିତ ସେବାୟତ ଏକାଦଶ ଫାଇନାଲକୁ ଉନ୍ନତ ହୋଇଛି। ଅନ୍ୟପଟେ କ୍ୱାଟର ଫାଇନାଲରେ ଆରଏସଏମ୍, ଓଡ଼ଗାଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୫ ଉଇକେଟ ବିନିମୟରେ ୧୦୦ ରନ୍ କରିଥିଲେ। ପ୍ରତିପକ୍ଷ ବ୍ଳକ ବ୍ଳାଷ୍ଟର ୮ ଉଇକେଟ ହରାଇ ସମାନ ୧୦୦ ରନ୍ କରିବାରୁ ମ୍ୟାଚ୍ ଟାଇ ହୋଇଥିଲା। ପରେ ସୁପର ଓଭରରେ ଆରଏସଏମ୍ ୧୦ ରନ୍ କରିଥିବା ବେଳେ ବ୍ଳକ ବ୍ଳାଷ୍ଟର ୧୧ ରନ୍ ସଂଗ୍ରହ କରି ରୋମାଞ୍ଚକର ବିଜୟ ହାସଲ କରି ସେମିଫାଇନାଲକୁ ପ୍ରବେଶ କରିଛି। ଆସନ୍ତା ୮ ଫେବୃଆରୀ ୨୦୨୬ ରବିବାର ସକାଳେ ବ୍ଳକ ବ୍ଳାଷ୍ଟର, ଓଡ଼ଗାଁ ଓ ଓଡ଼ଗାଁ ଗୋଲ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚର ବିଜେତା ଦଳ ସହିତ ପୂର୍ବରୁ ଫାଇନାଲକୁ ଉନ୍ନତ ସେବାୟତ ଏକାଦଶ ମଧ୍ୟରେ ସେହିଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଖେଳ ମଣିଷ ଦିବାକର ନାୟକଙ୍କ ତତ୍ତ୍ୱାବଧାନରେ ବିଶ୍ୱ, ପ୍ରିତମ, ଜିତୁ, ରାମ, କାବୁ ଓ ପ୍ରବୀର ଆଦି ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀଙ୍କ ଭିଡ଼ ଲାଗିଥିଲା।








