କେନ୍ଦୁଝର,ତା୨୮/୨- ଆଜି ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ନିକଟବର୍ତ୍ତୀ ଠାକୁରାଣୀ ଶାଳ ନିକଟରେ ଥିବା ବୁଲାଣି ରାସ୍ତାରେ ବାଇକ୍ ସହିତ ବାଇକ୍ ଧକ୍କାରେ ସାନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ପାରାଭାଡି ସାହିର ଚିନ୍ତାମଣି ନାୟକ ( ୪୩ )ଙ୍କ ମୃତ୍ଯ ଘଟିଛି। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଵାମପାଟଣା ଠାରେ ପୋଷ୍ଟ ମୋଟମ କରାଇଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ନିକଟରେ ବାଇକ୍ ସହିତ ବାଇକ୍ ଧକ୍କାରେ ଦୁଇଜଣ ଗୁରୁତର ଆହତହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁଇ ବାଇକ୍ ଆରୋହୀଙ୍କ ଘର ପିପିଳିଆ ଓ ଅସନବଣୀ ଗ୍ରାମରେ ବୋଲି ଜଣାଯାଇଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ସେମାନଙ୍କ ନାମ ହସ୍ତଗତ ହୋଇପାରିନି। ତାଙ୍କୁ ସଙ୍ଗେସଙ୍ଗେ ଟୋଲ ଗେଟ୍ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ରାଜ୍ୟ
ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
- Hits: 42








