ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ ମହତ୍ କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଡ.ପ୍ରଫୁଲ୍ଲ କୁମାର ଜେନା, କାର୍ଯ୍ୟକ୍ରମ ସଂଯୋଜିକା ପିଙ୍କି ପାତ୍ର, ମାଷ୍ଟର୍ ଟ୍ରେନର୍ ଶ୍ରୁତିମୟୀ ପାତ୍ର ଯୋଗ ଦେଇ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ସମ୍ପର୍କରେ ମତ ଏବଂ ଅଭିଭାଷଣ ପ୍ରଦାନ କରିଥିଲେ I ଅଧ୍ୟାପିକା ପିଙ୍କି ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ dhaଧନ୍ୟବାଦ ଜ୍ଞାପନ କରିଥିଲେ I ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା I

0
0
0
s2sdefault