ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରଶାସନ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି I ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ମିଳିଥିବା ଅନୁଦାନର ଟଙ୍କା ସମୟରେ ଦେଇପାରିନଥ୍ବାରୁ ଠିକାଦାରମାନେ ପ୍ରାପ୍ୟ ପାଇଁ ହଇରାଣ ହେଉଛନ୍ତି । କେତେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇବାକୁ ଧମକ ଦେଇଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତିଟି ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କା ଅନୁଦାନ ନିର୍ଦ୍ଧାରିତ ଥିଲା । ଏଥିରୁ ୨ ଲକ୍ଷ ଟଙ୍କା ବ୍ଲକ ପ୍ରଶାସନ, ୨ଲକ୍ଷ ପଞ୍ଚାୟତ ପ୍ରଶାସନ ଓ ବାକି ୮ଲକ୍ଷ ମନରେଗା ଅଧୀନରେ ଦେବାକୁ ନିୟମ ରହିଛି। ଏହି ଯୋଜନା ଅନୁସାରେ ଖଇରପୁଟ ବ୍ଲକରେ ୫ଟି ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ କାମ ଆରମ୍ଭହୋଇଥିଲା। କିଛି କେନ୍ଦ୍ରର ଗୃହ ନିର୍ମାଣ କାମ ଶେଷ ହୋଇଥିବାବେଳେ ଅନ୍ୟ କିଛି ଅଧପନ୍ତରିଆ ଅବସ୍ଥାରେ ରହିଛି। କିନ୍ତୁ ଯେଉଁ କେନ୍ଦ୍ରଗୁଡ଼ିକର କାମ ଶେଷ ହୋଇସାରିଛି, ସେଠାରେ ମଧ୍ୟ ଠିକାଦାରମାନେ ତାଙ୍କ ପ୍ରାପ୍ୟ ଟଙ୍କା ପାଇନାହାନ୍ତି | ମନରେଗା
ଅଧୀନର ଅନୁଦାନ ଦେଇପାରିନଥିବାରୁ ଏହି ସମସ୍ୟା ଉଦ୍ଭବ ହୋଇଛି ବୋଲି ଅଭିଯୋଗ ହେଉଛି। ଗୋବିନ୍ଦପାଲି ପଞ୍ଚାୟତରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ କାମ ଶେଷ ହୋଇଛି ଓ ସେଥିରୁ ଗୋଟିଏ କେନ୍ଦ୍ର କାର୍ଯ୍ୟକ୍ଷମ ମଧ୍ୟ ହୋଇପାରିଛି I ତଥାପି ସମ୍ବନ୍ଧିତ ଠିକାଦାର ତାଙ୍କ ପ୍ରାପ୍ୟ ଟଙ୍କା ପାଇନାହାନ୍ତି | ଦୁଇଟି କେନ୍ଦ୍ରରେ କ୍ରମଶଃ ୩,୯୪,୫୮୫ ଟଙ୍କା ଓ ୩,୯୮,୩୫୧ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି। ବ୍ଳକର ଅନ୍ୟ ୩ଟି କେନ୍ଦ୍ରର ଅବସ୍ଥା ମଧ୍ୟ ଏକେଇ ରହିଛି I ପ୍ରାପ୍ୟ ଟଙ୍କା
ଦିଆଯାଇନଥିବାରୁ କ୍ଷୁବ୍ଧ ଠିକାଦାରମାନେ କାର୍ଯ୍ୟକ୍ଷମ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇବାକୁ ଧମକ ଦେଇଥିବାରୁ ଅଞ୍ଚଳରେ ଚିନ୍ତା ବ୍ୟାପିଛି। ଏପଟେ ବ୍ଲକ
ପ୍ରଶାସନର ଉଦାସୀନତା ଯୋଗୁଁ ମନରେଗା ଟଙ୍କା ସମୟରେ ମୁକ୍ତି ନ ହେବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି| ଯଦି ସତ୍ବରେ ସମସ୍ୟାର ସମାଧାନ ହେଉନାହିଁ, ତେବେ ଶିଶୁମାନଙ୍କ ସେବା ପାଇଁ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ହେବାର ସଙ୍କଟ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି ।
ରାଜ୍ୟ
ମିଳୁନି ଅଙ୍ଗନବାଡି ଗୃହ ନିର୍ମାଣ ଟଙ୍କା: ତାଲା ପକାଇବାକୁ ଠିକାଦାରଙ୍କ ଧମକ ।
- Hits: 42








