କେନ୍ଦୁଝର,ତା୨୮/୨- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝରଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଧରଣୀଧର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଦୋଳଗୋବିନ୍ଦ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ସଭାପତିତ୍ବ କରି ବିଜ୍ଞାନ ସାହାଯ୍ୟ ଦ୍ବାରା ଜୀବନ ସୁଖମୟ ହେବ ବୋଲି କହିଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଜ୍ଞାନ ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ୬୩୫ଜଣ ଶିଶୁ ଭାଗ ନେଇଥିଲେ । ସେଥିରୁ ୩ୟ ଶ୍ରେଣୀର ବିଜ୍ଞାନ ପ୍ରଶ୍ନମଞ୍ଚରେ ଦିବ୍ୟପ୍ରସାଦ ଦାଶ, ପ୍ରଲିପ୍ତା ପ୍ରିୟଦର୍ଶିନୀ ମନ୍ତ୍ରୀ ଓ ଦିବ୍ୟାଶୀ ମଣ୍ଡଳ, ୪ର୍ଥ ଶ୍ରେଣୀ ଶିଶୁଙ୍କର ଭାରତୀୟ ବୈଜ୍ଞାନିକଙ୍କ ଜୀବନୀ କଥନରେ ପରିସ୍ଥିତା ମହାନ୍ତ, ମାନଭି ପଲେଇ ଓ ଆଲିଶା ବାରିକ, ୫ମ ଶ୍ରେଣୀରେ ଭାରତୀୟ ବୈଜ୍ଞାନିକଙ୍କ ଫଟୋଚିତ୍ର ପ୍ରଦର୍ଶନରେ ପ୍ରତ୍ୟୁଶା ପ୍ରତ୍ୟୁସ୍ମିତା ମହାନ୍ତ, ବିଦ୍ୟାଶୀ ମହାନ୍ତ ଓ ଉପଲବ୍ଧି ଦାଶ, ୬ଷ୍ଠ ଶ୍ରେଣୀ ପ୍ରାଚୀର ପତ୍ରିକା ପ୍ରଦର୍ଶନରେ ରଂଶୁମାନ ମହାନ୍ତ, ଇପ୍ସିତା ସାହୁ ଓ ସାଇ ଦିବ୍ୟାଶା ନାୟକ, ସପ୍ତମ ଶ୍ରେଣୀ ବିଜ୍ଞାନ ପ୍ରଶ୍ନମଞ୍ଚରେ ବିଦୁସ୍ମିତା ମହାନ୍ତ, ଜାଗୃତି ବିଶ୍ଵାଳ ଓ ଏଲିନା ନାଏକ, ଅଷ୍ଟମ ଶ୍ରେଣୀ ବିଜ୍ଞାନ ପ୍ରଶ୍ନମଞ୍ଚରେ ଶୁଭଶ୍ରୀ ପଣ୍ଡା, ପ୍ରତୀକ୍ଷା ପରିଣୀତା ସାହୁ ଓ ପ୍ରତ୍ୟୁଷା ବାରିକ, ନବମ ଶ୍ରେଣୀ ପ୍ରଶ୍ନମଞ୍ଚରେ ତୃପ୍ତିମୟୀ ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ ଓ ସିଦ୍ଧାନ୍ତ ସାହୁ ଓ ବୈଜ୍ଞାନିକଙ୍କ ଜୀବନୀ କଥନରେ ଆଦ୍ୟାଶା ବାରିକ, ଗୁନଗୁନ ନାୟକ ଓ ଆର୍ଯ୍ଯନ୍ ଅଭିନନ୍ଦନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଅମୂଲ୍ୟ ରାଉତ, ମନୋରଂଜନ ପରିଡା, ସନ୍ତୋଷ କର, ଧ୍ରୁବଚରଣ ମହାନ୍ତ, ସତ୍ୟପ୍ରିୟ ମହାନ୍ତି, କୁଳମଣି ମହାନ୍ତ, ସସ୍ମିତା ଦୋରା, ହରିପ୍ରିୟା ଓଝା ପ୍ରମୁଖ ଓ ସମସ୍ତ ଗୁରୁଜୀଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ
- Hits: 4








