ହେଡଲାଇନସ୍:

ହନୁମାନ ମନ୍ଦିର ରେ ସପ୍ତ ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆର୍ତୁଙ୍ଗ ଗ୍ରାମ ନିକଟରେ ଥିବା ହନୁମାନ ମନ୍ଦିରରେ ସପ୍ତଦଶ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହେଉଛି।ତା-25.02.2026ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞାନୁଠାନ ତା-28.02.2026 ରିଖ ଉଦ ଯାପନୀ ହେବ। ଅଶି ଜଣ ସଦସ୍ୟ ପୂର୍ଣ୍ଣ କୁମ୍ଭ ଧରି ଗ୍ରାମ ପରିକ୍ରମା କରିଥିଲେ।କଳସ ଶୋଭା ଯାତ୍ରା  ମନମୁଗ୍ଧକର ଥିଲା ।ଭୂ ଦେବୀ ପୂଜା ଠାରୁ ଆରମ୍ଭ କରି ସୂର୍ଯ୍ୟ ପୂଜା,ମାତୃପିତୃପୂଜା, ଗୋ ପୂଜା,ସର୍ବ ଦେବାଦେବୀ ପୂଜା ସହ ହନୁମାନ ଚାଳିଶା ପାଠ ଧୁମଧାମରେ ଚାଲିଛି। ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ହଜାର ହଜାର ସଂଖ୍ୟାରେ ଭକ୍ତମାନେ ରୁଣ୍ଡିଭୂତ ହେବାରେ ଦେଖାଯାଉଛି। ସଙ୍କଟ ମୋଚନ ହନୁମାନ କମିଟିର ସମସ୍ତ ସଭ୍ୟ ସଭ୍ୟା  ଯଥା-ସୀତାକାନ୍ତ ରାଉତ,ଶୀବାଜି ଚରଣ ନାୟକ , ଗୋତମ ସେଠୀ, ଅଭିରାମ ବେହେରା, ବାବାଜୀ ଚରଣ ନାୟକ, ଶଶୀ କାନ୍ତ ରାଉତ, ଗୋୖରାଙ୍ଗ ରାଉତ,ରତି ପାଣିଗ୍ରାହୀ,ସତ୍ୟବ୍ରତ ବେହେରା,ନିରଞ୍ଜନ ଲେଙ୍କା, ଭାସ୍କର ଓଝା ଓ ଅନ୍ୟ ସମସ୍ତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳା ର ସହ ସମ୍ପନ୍ନ କରୁଛନ୍ତି। ଭକ୍ତ ମାନେ ପ୍ରସାଦ ସେବନ କରି ପ୍ରଫୁଲିତ ଥିବାର ଦେଖାଯାଏ।ଆସନ୍ତା କାଲି ଅର୍ଥାତ୍ ତା- 28.20.2026ରିଖ ଶନିବାର ପୂର୍ଣ୍ଣାହୁତି ଦିଆଯିବ। ସଂଧ୍ୟା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି ବୋଲି ବରିଷ୍ଠ ସଭ୍ୟ ସୀତାକାନ୍ତ ରାଉତ ପ୍ରକାଶ କରିଛନ୍ତି। ମୂଖ୍ୟ ଅତିଥି ଭାବେ ଶିକ୍ଷାବିତ ଦୁଃଶାସନ ରାଉତ ଓ ମୂଖ୍ୟ ବକ୍ତା ଭାବେ ଡ଼ଃ.ସୁଶାନ୍ତ କୁମାର ପଣ୍ଡା ଯୋଗଦାନ କରିବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସଫଳତା ଅର୍ଜନ କରି ଥିବା 23ଜଣ ବ୍ୟକ୍ତି ଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ବୋଧିତ କରିବାର କାର୍ଯକ୍ରମ ରହିଛି।

0
0
0
s2sdefault