ହେଡଲାଇନସ୍:

ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟ ରେ " ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ" କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କର ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ "ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ" କାର୍ଯ୍ୟକ୍ରମ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ , ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥ୍‌ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ , ବ୍ରହ୍ମପୁର,ଡଃ ଲମ୍ବୋଦର ପାଣିଗ୍ରାହୀ , ଓଡ଼ିଆ ବିଭାଗ ମୁଖ୍ୟ, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ , ରାୟଗଡ଼ା ଶ୍ରୀମତୀ ରାଜଲକ୍ଷ୍ମୀ ଦେବୀ , ସାମନ୍ତିଆପଲ୍ଲୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅଶୋକ ପଣ୍ଡା ଏବଂ ଡଃ ରାମାରାଓ ମାଝୀ , ଓଡ଼ିଆ ଅଧ୍ୟାପକ , ସରକାରୀ ମହାବିଦ୍ୟାଳୟ , ବାରୁଆ , (ଶ୍ରୀକାକୁଲମ୍ ଜିଲ୍ଲା) ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଲୋଚନାର ମୁଖ୍ୟ ବିଷୟ ଥିଲା "ଯୁବପିଢ଼ି ଓ ମାତୃଭାଷା ସାହିତ୍ୟ" ର ଗ୍ରହଣୀୟତା। ଅତିଥି ମାନେ ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ଆଜିର ସାହିତ୍ୟ ସମ୍ମାନର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ଉତ୍ସାହିତ କରିବା ସଙ୍ଗେସଙ୍ଗେ ଆମ ମାତୃଭାଷା ଓଡ଼ିଆର ବହୁଳ ବ୍ୟବହାର ପାଇଁ ଅତିଥି ମାନେ ନିଜର ମତ ଉପସ୍ଥାପନ କରିଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବକ୍ତୃତା , ପ୍ରବନ୍ଧ , ଶୁଦ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ଅତିଥି ମାନେ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ସମସ୍ତ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶ୍ରୀମତି ବରଦା ଆଚାର୍ଯ୍ୟ ଉପ ସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେଶ କୁମାର ପାତ୍ର , ଏଲ୍.ଅଶୋକ , କେ. ଦୁର୍ଯ୍ୟୋଧନ ମଧୁସ୍ମିତା ପ୍ରଧାନ , ଏଲ୍.ଦୁର୍ଯ୍ୟୋଧନ , ରଞ୍ଜିତା ପଟ୍ଟନାୟକ , ଲାଲୀ ଖଡଗରାୟ , ତିଲୋଚନ ବାରିକ , କୃଷ୍ଣଚନ୍ଦ୍ର ପଣ୍ଡିତ ପରିଚାଳନାରେ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟ ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

0
0
0
s2sdefault