ହେଡଲାଇନସ୍:

ଗାଙ୍ଗପୁର ମଜଦୁର ମଞ୍ଚ ସ୍ବତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ନିର୍ବାଚନ ସ୍ବତନ୍ତ୍ର ଭାବେ ଲଢିବ : ସାଧାରଣ ସମ୍ପାଦକ ଗୋପାଳ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ସଂଗଠନ ଆରଏସ୍ଏସର ସହଯୋଗୀ ଭାବେ ଦୀର୍ଘ ଦିନ ଧରି ରହିବା ପରେ ଗାଙ୍ଗପୁର ମଜଦୁର ମଞ୍ଚ ସ୍ବତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ରାଉରକେଲା ଇସ୍ପାତ କାରଖାନା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନରେ ସ୍ବତନ୍ତ୍ର ଭାବେ ନିର୍ବାଚନ ଲଢିବା ସହ ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଜି ସେକ୍ଟର-୮ ଗାଙ୍ଗପୁର ମଜଦୁର ମଞ୍ଚ ୟୁନିଅନ କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ।
ଗାଙ୍ଗପୁର ମଜଦୁର ମଞ୍ଚ ୟୁନିଅନର ସ୍ଥାପନା ଆଦିବାସୀ ମୂଳବାସୀ ଏବଂ ବିସ୍ଥାପିତ ଶ୍ରମିକମାନଙ୍କୁ ନେଇ ସ୍ଵର୍ଗତ ଜର୍ଜ ତିର୍କୀଙ୍କ ତତ୍ତ୍ୱାବଧାନରେ ଗଠନ କରାଯାଇଥିଲା । ସ୍ୱର୍ଗତଃ ଜର୍ଜ ତିର୍କୀ ଥିଲେ ଏହି ୟୁନିଅନର ପଥ ପ୍ରଦର୍ଶକ ଓ ଦିଗଦର୍ଶକ। ଗାଙ୍ଗପୁର ମଜଦୂର ମଞ୍ଚର ଗଠନ ହେବା ପରଠାରୁ ଏହି ୟୁନିଅନ ସ୍ଵତନ୍ତ୍ର ଭାବରେ ଶ୍ରମିକମାନଙ୍କ ହିତରେ କାର୍ଯ୍ଯ କରିଆସୁଛି। ଗାଙ୍ଗପୁର ମଜଦୂର ମଞ୍ଚ ପ୍ରଥମ ଦୁଇଥର ରାଉରକେଲା ଇସ୍ପାତ କାରଖାନାର ସ୍ଵିକୃତିପ୍ରାପ୍ତ ୟୁନିଅନ ନିର୍ବାଚନରେ ଭାଗ ନେଇ ୨୦ ପ୍ରତିଶତରୁ ଉର୍ଦ୍ଧ୍ଵ ଭୋଟ ହାସଲ କରିପାରିଥିଲା। ଯାହା ପ୍ରମାଣିତ କରିଛି ଯେ, ରାଉରକେଲା ଇସ୍ପାତ କାରଖାନାର ଶ୍ରମିକମାନେ ଗାଙ୍ଗପୁର ମଜଦୁର ମଞ୍ଚ ଉପରେ କେତେ ଆସା ଏବଂ ଭରସା କରୁଥିଲେ ଏବଂ କରୁଛନ୍ତି ମଧ୍ଯ । ସେହି ପ୍ରଥମ ଦୁଇ ନିର୍ବାଚନରେ RIKKS(BMS) ଜିତିଥିଲା ଏବଂ ସ୍ଵିକୃତି ପ୍ରାପ୍ତ ୟୁନିଅନ ହିସାବରେ କାର୍ଯ୍ୟ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ RIKKS (BMS)ର ଶ୍ରମିକ ବିରୋଧୀ ନୀତି ପାଇଁ ଅତିଷ୍ଠ ହୋଇ ଏବଂ ଶ୍ରମିକ ହିତକୁ ଆଖି ଆଗରେ ରଖି ଗତ ଦୁଇଟି ସ୍ଵିକୃତିପ୍ରାପ୍ତ ୟୁନିଅନ ନିର୍ବାଚନରେ ଗାଙ୍ଗପୁର ମଜଦୂର ମଞ୍ଚ, ରାଉରକେଲା ଶ୍ରମିକ ସଂଘ ସହିତ ଏକ ସନ୍ଧି(alliance) କରିଥିଲା ଏବଂ ନିର୍ବାଚନ ଲଢିଥିଲା । ଯାହାର ଫଳ ସ୍ବରୂପ ଗତ ଦୁଇଟି ନିର୍ବାଚନରେ ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ସନ୍ଧି (Alliance) ୟୁନିଅନ ନିର୍ବାଚନରେ ବିଜୟ ଲାଭ କରିଥିଲା । ଏହି ସନ୍ଧି ଅନୁସାରେ ଦୁଇ ୟୁନିଅନ ଭିତରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଯେଉଁଥରେ ରାଉରକେଲା ଶ୍ରମିକ ସଂଘ ର ୬୦ପ୍ରତିଶତ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ୪୦ପ୍ରତିଶତ ମେମ୍ବର ରାଉରକେଲା ଇସ୍ପାତ କାରଖାନାର ସମସ୍ତ ଯୁଗ୍ମ କମିଟିରେ ଭାଗିଦାରୀ ରହିବେ ଏବଂ ଶ୍ରମିକ ହିତରେ କାର୍ଯ୍ୟ କରିବେ । ଏହି ସମୟ ମଧ୍ୟରେ ଗାଙ୍ଗପୁର ମଜଦୁର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ୟୁନିଅନ ମିଶି ଶ୍ରମିକମାନଙ୍କ ହିତରେ ବହୁତ ଗୁଡ଼ାଏ କାର୍ଯ୍ୟ ମଧ୍ୟ କରିଛନ୍ତି । ଏହାକୁ ସହ୍ୟ କରି ନପାରି ଏହା ବିରୁଦ୍ଧରେ RIKKS (BMS) ପ୍ରଥମେ କୋର୍ଟକୁ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କୋର୍ଟରେ ମାମଲାକୁ ପ୍ରତ୍ୟାହାର କରି ନେଇଥିଲା ।
ବର୍ତ୍ତମାନର କେନ୍ଦ୍ର ସରକାର ୨୯ଟି ଲେବର କୋର୍ଡକୁ ପ୍ରତ୍ୟାହାର କରି ୪ଟି ଲେବର କୋର୍ଡରେ ସିମୀତ ରଖିଛନ୍ତି। ଏହି ନୂତନ ଲେବର କୋର୍ଡ଼ର ନିୟମ ୧୬ ଅନୁସାରେ ଯେଉଁ ୟୁନିଅନ ୫୧ ପ୍ରତିଶତ କିମ୍ବା ତାଠାରୁ ଉର୍ଦ୍ଧ୍ଵ ପ୍ରତିଶତ ଭୋଟ ପାଇବ ସେହି ୟୁନିୟନଟି ସ୍ଵିକୃତି ପ୍ରାପ୍ତ ୟୁନିୟନ ହିସାବରେ କାର୍ଯ୍ୟ କରିବ ଏବଂ ଯଦି କୌଣସି ୟୁନିଅନ ୫୧ପ୍ରତିଶତ କିମ୍ବା ତାଠାରୁ ଉର୍ଦ୍ଧ୍ଵ ପ୍ରତିଶତ ଭୋଟ ପାଇବ ନାହିଁ ସେହି ପରିସ୍ଥିତିରେ କମ୍ପାନୀ ଗୋଟିଏ ବୁଝାମଣାଯୋଗ୍ଯ କାଉନସିଲ୍ (Negotiable Council) ଗଠନ କରିବ । ଯେଉଁ କାରଖାନାରେ ଏକରୁ ଅଧିକ ୟୁନିଅନ କାର୍ଯ୍ୟ କରୁଛନ୍ତି ଏବଂ ସେଠାରେ ୨୦ ପ୍ରତିଶତରୁ ଅଧିକ ଭୋଟ ଯେଉଁ ୟୁନିଅନ ପାଇବ ସେହି ୟୁନିଅନର ଏକ ପ୍ରତିନିଧ୍ Negotiable Councilର ମେମ୍ୱର ରହିବେ । ସେହି Negotiable Councilର ମେମ୍ବରମାନଙ୍କ ସହିତ କମ୍ପାନୀର ବାର୍ତ୍ତାଳାପ କରି ନିତି ନିୟମ ପ୍ରଣୟନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ।
କେନ୍ଦ୍ର ସରକାରଙ୍କ ଏହି ନୂତନ ଲେବର କୋର୍ଡର ନିୟମକୁ ଭଙ୍ଗ କରି RIKKS(BMS), କେନ୍ଦ୍ରୀୟ ଶ୍ରମ ଆୟୁକ୍ତ(Central Labour Commissioner)ଙ୍କ ଠାରେ ଆଚାର ସଂହିତାକୁ ଆଧାର କରି ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ୟୁନିଅନର ସନ୍ଧି (Alliance) ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଥିଲା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଚାପରେ କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ଦ୍ବାରା ଏହି ସନ୍ଧିକୁ ନିରସ୍ତ କରି ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ସମସ୍ତ ଯୁଗ୍ମ କମିଟିମାନଙ୍କ ଠାରୁ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିମାନଙ୍କୁ ବାହାର କରାଗଲା ବୋଲି ସେ ପ୍ରକାଶ କରିଥିଲେ। ଏହି ବିଷୟକୁ ଆଧାର କରି ଗତ ୨୦୨୬ ଫେବୃୟାରୀ ୧୭ ତାରିଖ ଦିନ RIKKS(BMS) ଗୋଟିଏ ପ୍ରେସ ଇସ୍ତାହାର କରିଥିଲେ, ଯେଉଁଥିରେ ସେମାନେ ଗାଙ୍ଗପୁର ମଜଦୂର ମଞ୍ଚ ବିରୋଧରେ ବିଭିନ୍ନ ଆରୋପ ଲଗାଇଥିଲେ ଯଥା, ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ମେଣ୍ଟ ୟୁନିଅନକୁ ଅଘୋଷିତ, ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଭାବରେ ପ୍ରକାଶ କରିଥିଲେ । ଏହି କଥାଟି କହିବା ସମ୍ପୁର୍ଣ୍ଣ ଭାବରେ ଭୂଲ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ଏହି ସମସ୍ତ ଆରୋପ ଖଣ୍ଡନ କରୁଛି ବୋଲି ସେ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ସ୍ଵିକୃତିପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନ ପାଇଁ କୌଣସି ଆଇନ ପ୍ରଣୟନ କରି ନାହାନ୍ତି I ଆଚାର ସଂହିତା ଉଲଂଘନ ନାମରେ ଯୁଗ୍ମ କମିଟିକୁ ଭାଂଗିବା ପାଇଁ କେନ୍ଦ୍ରୀୟ ଶ୍ରମ ଆୟୁକ୍ତ, ନୂଆଦିଲ୍ଲୀଙ୍କ ପାଖରେ RIKKS (BMS) ଅଭିଯୋଗ କରିଥିଲା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଚାପରେ କେନ୍ଦ୍ରୀୟ ଶ୍ରମ ଆୟୋଗ (CLC) ନୂଆଦିଲ୍ଲୀ କାର୍ଯ୍ୟ କରିଥିଲେ । ଯାହା ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ସହଯୋଗୀ ଗାଙ୍ଗପୁର ମଜଦୁର ମଞ୍ଚର ଦୃଢ଼ ବିଶ୍ଵାସ। କମିଟିରୁ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିମାନଙ୍କୁ ବାହାର କରି ଦିଆଗଲା। ରାଉରକେଲା ଶ୍ରମିକ ସଂଘ, ଗାଙ୍ଗପୁର ମଜଦୁର ମଞ୍ଚର ପ୍ରତିନିଧିମାନଙ୍କୁ ବାହାର କରି ପାରି ନ ଥାନ୍ତେ ଏବଂ ମେଣ୍ଟ ମଧ୍ଯ ରହିଥାନ୍ତା I ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସଂଘ ଯଦି ଠିକ୍ ଠିକ୍ ଭାବରେ ତାଙ୍କ ପକ୍ଷ ସାଧନ ହେଲା? ଏଥିରେ ରାଭରକେଲା ଲଜ୍ଞାତ କାରଖାନା ର ଶ୍ରମିକ ମାନେ କଣ ଲାଭ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚ ସମ୍ପାଦକ।ମଞ୍ଚର ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଗାଙ୍ଗପୁର ମଜଦୂର ଉପରୋକ୍ତ ସମସ୍ତ ବିଷୟକୁ ଅନୁଧ୍ୟାନ କରି ଆଲୋଚନା କରାଯାଇଥିଲା। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ଆଗାମୀ ସମୟରେ ଗାଙ୍ଗପୁର ମଜଦୁର ମଞ୍ଚ ସ୍ଵତନ୍ତ୍ର ଭାବରେ ଶ୍ରମିକ ନିର୍ବାଚନ ସ୍ଵତନ୍ତ୍ର ଭାବରେ ଲଢିବ ଏବଂ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ।
ଏହି ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ସମେତ ଉପସଭାପତି ମାଙ୍ଗେ ଏକ୍କା, ଥମାସ୍ ଟପ୍ପୋ, ବାସିଲ ଏକ୍କା, କୋଷାଧ୍ୟକ୍ଷ ଆନନ୍ଦ ଟପ୍ନୋ, ସମ୍ପାଦକ ରାଜୁ ବଡାଇକ, ସମ୍ପାଦକ ରାଜେଶ ତିର୍କୀ, ବଂଶୀଧର ନାଏକ, ମହାବୀର ଦାସ, ପୀତାମ୍ବର ଭୂମିଜ, ପରମେଶ୍ବର ଅମାତ, ଗ୍ଲେଡସନ ବୋଦ୍ରା, ବିଷ୍ଣୁ ମାହାନ୍ତୋ, ହେରମନ ଲାକ୍ରା, ଆଲବର୍ଟ ଟପ୍ପୋ, ଆରଫାନ୍ସ ଏକ୍କା, ଶ୍ରୀହରି ମୁଙ୍ଗ୍ରୀ, ସୀଲାନନ୍ଦ କୁଲ୍ଲୁ, ରୂବେଶ ଆହିର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault