କେନ୍ଦୁଝର,ତା୨୧/୨- ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା (ଲୋକଗୀତ , ସୁଲିଖନ, ପୁସ୍ତକ ପଠନ , କବିତା ଲିଖନ , ବକ୍ତୃତା ) ପ୍ରତିଯୋଗିତା ହୋଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁ ଭାଇଭଉଣୀ ମାନେ ମାତୃଭାଷା ସମ୍ବନ୍ଧରେ ପ୍ଲାକାର୍ଡ଼ ଧରି କଲେଜ ରୋଡ , ସାତସିଙ୍ଘା , ବଣିଆପାଟ ଅଞ୍ଚଳ ନଗର ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟ ବୌଦ୍ଧିକ ମଣ୍ଡପରେ ସମସ୍ତ ଛାତ୍ର ଛାତ୍ରୀ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ହୋଇ ମାତୃଭାଷା ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ପରିଚାଳନା ସମିତିର ଆଚାର୍ଯ୍ୟ ପ୍ରତିିନିଧି ଧୀରେନ୍ଦ୍ର ସିଂ , ପ୍ରଯ୍ୟାୟ ପ୍ରମୁଖ ବନମାଳୀ ମହାନ୍ତ ଓ ଅମାର କୁମାର ଦେହୁରୀ ମଞ୍ଚାସୀନ ଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ସଚ୍ଚିକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବଣିଆପାଟ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ
- Hits: 6








