ହେଡଲାଇନସ୍:

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ କିନ୍ନର ସଂଘ ପକ୍ଷରୁ ୧୫ ଯୋଡା ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅତ୍ୟନ୍ତ ଗରିବ ପରିବାର ର ଝିଅ ମାନଙ୍କୁ ଉଭୟ ଝିଅ ଓ ପୁଅ ପରିବାର ର ସହମତି ରେ ସ୍ଥାନୀୟ "ଗୀତା ଭବନ" ଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ୧୫ ଟି ବେଦୀରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ଭୋଜିଭାତ ସହ ବିବାହିତ କନ୍ୟା ମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା ଓ ପରିଶେଷରେ ବାଜା ବାଜଣା ଜରିଆରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଭଳି କାର୍ଯ୍ୟକ୍ରମ ଜରିଆରେ ସମାଜରେ ବାଲ୍ୟ ବିବାହ ଓ ଯୌତୁକ ଜନିତ ବିବାହର ଅନ୍ଧ ବିଶ୍ୱାସ କୁ ଦୃଢ଼ ହସ୍ତରେ ଦମନ କରିବା ବାର୍ତ୍ତା ପ୍ରଚାର ହୋଇଛି ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ ଓ ପୁର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନବ ବିବାହିତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମର ଉଦ୍ୟକ୍ତା କାହ୍ନା ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଅଞ୍ଜନା ମିଶ୍ର, ରବି ନାରାୟଣ ମିଶ୍ର, ଇନ୍ଦିରା ପଟ୍ଟନାୟକ, ଅଞ୍ଜଳି ମହାନ୍ତି, ସସ୍ମିତା ଶର୍ମା ଓ ତରୁଣ ପାଢ଼ୀ ଙ୍କ ସମେତ ସକ୍ଷୀ କିନ୍ନର ସଂଘ ର ସ୍ବିଟି ସାହୁ ଅନ୍ୟ ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳତାର ସହ ସମ୍ପନ୍ନ ହୋଇଥିଲା।

0
0
0
s2sdefault