କେନ୍ଦୁଝର,ତା୨୧/୨- ବାଂଶପାଳସ୍ଥିତ ଶ୍ରୀ ଶ୍ରୀ ପଞ୍ଚେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ସପ୍ତମ ବାର୍ଷିକ ଯଜ୍ଞ ଉତ୍ସବ ଫାଲଗୁନ ଶୁକ୍ଳ ପକ୍ଷ ପ୍ରତିପଦାରୁ ତୃତୀୟା ତା୧୮/୨/୨୦୨୬ରିଖରୁ ତା୨୦/୨/୨୦୨୬ରିଖ ଯାଏ ବାବା ପଞ୍ଚେଶ୍ୱର ମନ୍ଦିର କାଞ୍ଜିପାଣି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଯୋଜନ ମୁଖ୍ୟ ପୁରୋହିତ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ରଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଯାଇଛି, ଏଥିରେ ଶୁଭାଧିବାସ,ଅଙ୍କୁରରୋପଣ, କୁଣ୍ଡ ମୁଣ୍ଡଳାଦିକରଣ,କଳସଯାତ୍ରା, ସୂର୍ଯ୍ୟପୂଜା,ଗୋପୂଜା, ଯଜ୍ଞଶାଳା ପ୍ରବେଶ,ସ୍ତମ୍ଭତୁରଣୀଦି ପୂଜା, ଘଟମଣ୍ଡଳାଦି ପୂଜା,ଯଜ୍ଞ ଆରମ୍ଭ, ଷୋଡ଼ସ ଉପଚାର ପୂଜା, ସଂଖ୍ୟା ଆହୂତି ପ୍ରଦାନ, ଆହୂତି ଓ ପୁଷ୍ପାଞ୍ଜଳି ପ୍ରଦାନ ଆଦି ନୀତି ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତି ଭକ୍ତିର ସହିତ ପୂଜାପାଠ କରିଥିଲେ। ଉକ୍ତ ପୂଜାରେ ବିଶିଷ୍ଟ ପଣ୍ଡିତ ଯଥା ସୁରେନ୍ଦ୍ର କୁମାର ପଣ୍ଡା, ପ୍ରେମାନନ୍ଦ ମିଶ୍ର,ଚନ୍ଦନ ତ୍ରିପାଠୀ,ମନୋରଞ୍ଜନ ମଲିକ ଉପସ୍ଥିତ ରହି ଯଜ୍ଞ ନୀତିକାନ୍ତି ପ୍ରତିପାଦିତ କରିଥିଲେ। କାଞ୍ଜିପାଣି ଗ୍ରାମ ସମେତ ନିକଟତମ ଗ୍ରାମର ଶ୍ରଦ୍ଧାଳୁ ଉପସ୍ଥିତ ଏହି କାର୍ଯ୍ୟକ୍ରମରେ ରହି ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରିଥିଲେ। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା।
ରାଜ୍ୟ
ଶ୍ରୀ ଶ୍ରୀ ପଞ୍ଚେଶ୍ଵର ମହାଦେବଙ୍କ ୭ମ ବାର୍ଷିକ ଯଜ୍ଞ ଉତ୍ସବ
- Hits: 7








