ହେଡଲାଇନସ୍:

ରାଜଗାଙ୍ଗପୁରରେ ଓଆଇଏସଏଲ କମ୍ପାନୀ ବିରୋଧ ତୀବ୍ର ଅସନ୍ତୋଷ ବେଆଇନ ଭାବେ ବର୍ଜ୍ୟବସ୍ତୁ ପକାଇବାକୁ ନେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁରତା୧୯-୦୨-୨୬. ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଓଆଇଏସଏଲ କଳକାରଖାନା ବିରୋଧରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜାମପାଲି ଅଞ୍ଚଳରେ ଥିବା ଏହି କମ୍ପାନୀ ରୁ ବାହାରୁଥୁବା ଶିଳ୍ପ ବର୍ଜ୍ୟବସ୍ତୁକୁ ଗର୍ଭଣା ପଞ୍ଚାୟତର ମୁଣ୍ଡାଟୋଲି ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ପକାଯାଉଥୁବା ଅଭିଯୋଗ ଉଠିଛି। ବିଶେଷକରି ବିଳମ୍ବିତ ରାତ୍ରିରେ କମ୍ପାନୀ ପକ୍ଷରୁ ଟ୍ରକ୍ ? ଯୋଗେ ବର୍ଜ୍ୟବସ୍ତୁ ଆଣି ମୁଣ୍ଡାଟୋଲି ଅଞ୍ଚଳରେ ଖାଲି କରାଯାଉଛି। ଏହାର ଫଳରେ ସ୍ଥାନୀୟ ପରିବେଶ ପ୍ରଦୂଷିତ ହେଉଥ‌ିବା ସହିତ ଅସ୍ୱାସ୍ଟ୍ରୋକର ପରିସ୍ଥିତି ସୃଷ୍ଟି ହେଉଛି। ଧୂଳିକଣା ଓ ଗନ୍ଧ ଦ୍ବାରା ଗ୍ରାମବାସୀମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଛନ୍ତି। ଏନେଇ ପୂର୍ବରୁ ବହୁବାର କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ପଦକ୍ଷେପ ଗ୍ରହଣ। କରାଯାଇନଥିଲା। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ସମାଜସେବୀ ରଶ୍ମି ଏକ୍ସ ଘଟଣାସ୍ଥଳକୁ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରେ ତାଙ୍କ ନେତୃତ୍ୱରେ ଗ୍ରାମବାସୀମା ମାନେ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଘେରାଉ କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ କମ୍ପାନୀ ପକ୍ଷରୁ ମୁଣ୍ଡାଟୋଲି ଅଞ୍ଚଳରେ ପକାଯାଇଥିବା ସମସ୍ତ ବର୍ଜ୍ୟବସ୍ତୁ ଶୀଘ୍ର ଉଠାଇ ନେବା ସହିତ ଆଗାମୀ ଦିନରେ ଏପରି ଘଟଣା ପୁନରାବୃରି ନ ହେବାକୁ ଆଶ୍ୱାସନା ଦିଆଯାଇଥିଲା। କର୍ତ୍ତୃପକ୍ଷଙ୍କ ଏହି ଆଶ୍ୱାସନା ପରେ ପରିସ୍ଥିତି ଶାନ୍ତ ହୋଇଥିଲା

0
0
0
s2sdefault