କେନ୍ଦୁଝର,ତା୨୧/୨- ଚମ୍ପୁଆ ଉପଖଣ୍ଡର ଷଡ଼ଙ୍ଗୀ ଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଇଯାଇଛି। ଏହି ନାମଯଜ୍ଞରେ କଳାହାଣ୍ଡିର ଜୁନାଗଡ଼, ମୟୁରଭଞ୍ଜର ଗୌଡ଼ରମା, ସହିଦପୁର, ନେଦାଭାଡ଼ି ଏବଂ ସାନ କେରକ ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ସଂକୀର୍ତ୍ତନ ଦେଖିବାକୁ ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ସବୁ ଦିନ ଅନ୍ନପ୍ରସାଦର ବ୍ୟବସ୍ଥା ସର୍ବେଶ୍ୱର ମନ୍ଦିର କମିଟି ତରଫରୁ ଆୟୋଜନ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକୁ ସର୍ବେଶ୍ୱର ମନ୍ଦିର କମିଟିର ସମସ୍ତ ସଦସ୍ୟ ସୂଚାରୁ ରୂପେ ପାଳନ କରିଥିବାରୁ କମିଟିର ସଭାପତି ସଚ୍ଚିଦାନନ୍ଦ ସାହୁ (ମଣ୍ଟୁ ), କମିଟିର ବରିଷ୍ଠ ସଦସ୍ୟ ମାନସ ସାହୁ (ବୁବୁ ), ମଣିରାଜ ସାହୁ (ଟୁଟୁ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ୨୪ ପ୍ରହରୀ ଅନୁଷ୍ଠିତ ।
- Hits: 7








