ହେଡଲାଇନସ୍:

ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ଯୁବକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଗୟଳ ସିଂ ସଂରକ୍ଷିତ ଜଙ୍ଗଲ କମ୍ପାକ୍ଟ ମେଣ୍ଟ ୩ରେ ନିଆଁ ଲାଗିଥିବା ବେଳେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ନିର୍ଦ୍ଦେଶରେ ବନପାଳ ସରିତା ବରାଳ, ବନରଖି ମାନସରଞ୍ଜନ ମିଶ୍ର, ସୈ।ମ୍ୟରଞ୍ଜନ ରଞ୍ଜନ ଦଳେଇଙ୍କ ସହିତ ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ବାଣ୍ଠପୁର ପଞ୍ଚାୟତ ଚେମେଡି ଗାଁର ଆନନ୍ଦ ଚନ୍ଦ୍ର ବାରିକ (୩୯) ସାଇକେଲ ରଖି ଠିଆ ହୋଇଥିଲେ । ହଠାତ୍ ବନ କର୍ମଚାରୀ ତାଙ୍କର ତଲାସୀ କରିବା ବେଳେ ତାଙ୍କ ନିକଟରେ ଥିବା ଏକ ବ୍ୟାଗରୁ ଲାଇଟର, ଫାସପକାଇବା ପାଇଁ ତାର ଏବଂ ଗୋଟିଏ କାତି ମିଳିଥିଲା । ପଚରାଉଚରା ସମୟରେ ବନ୍ୟପ୍ରାଣୀ ଶିକାର ଉଦେଶ୍ୟରେ ସେ ଜଙ୍ଗଲରେ ନିଆଁ ଲଗେଇଥିବା ସ୍ବୀକାର କରିଥିଲେ । ପରେ ବନବିଭାଗ ତାଙ୍କ ଠାରୁ ସମସ୍ତ ଜିନିଷ ଜବତ କରିବା ସହିତ ଓଆର ନମ୍ବର ୧୧୧/୨୫/୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ ଆନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

0
0
0
s2sdefault