ବିଭିନ୍ନ ସ୍ଥାନରେ ସୋରଡା ବିଧାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଶୁକ୍ରବାର ଦିନ ସୋରଡା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ବିଧାୟକ ଶ୍ରୀ ବିଷୋୟୀ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର ବୋରି ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ଗାଙ୍ଗପୁର ଠାରୁ କୁମୁଣ୍ଡି ରାସ୍ତାର ଉର୍ନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଙ୍କ "ବିକଶିତ ଗାଁ,ବିକଶିତ ଓଡ଼ିଶା"ର ସ୍ବପ୍ନ ପୂରଣରେ ଏକ ଦୃଢ଼ ପଦକ୍ଷେପ। ଏହି ଉଦ୍ୟମ ଅଞ୍ଚଳବାସୀଙ୍କୁ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ଯୋଗାଇ ଦେବା ସହ ବାଣିଜ୍ୟ ଓ ସାମାଜିକ ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଧାୟକ ଶ୍ରି ବିଷୋୟୀ ପ୍ରକାଶ କରିଥିଲେ |ସେହିପରି ନାଟଙ୍ଗା ଗ୍ରାମପଞ୍ଚାୟତ ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେରେ ଡ଼ିମିରିପଲ୍ଲୀ ଠାରୁ ଷଢଙ୍ଗୀପଲ୍ଲୀ ରାସ୍ତାର ଉନ୍ନତି କରଣ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ଶ୍ରୀ ବିଷୋୟୀ | ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ଗ୍ରାମ ଗୁଡିକ ସୁବିଧାଜନକ ଯାତାୟାତ ଓ ବୃହତ୍ ଅର୍ଥନୈତିକ ଉନ୍ନତିର ଦିଗରେ ଅଗ୍ରସର ହେବେ। ଏହା କେବଳ ଏକ ସଡ଼କ ନୁହେଁ, ଏହା ଆମ ଲୋକଙ୍କ ସ୍ବପ୍ନ, ଆଶା ଓ ଅଧିକାର ସହିତ ସଂପୃକ୍ତ ଅଗ୍ରଗତିର ପଥ ବୋଲି ପ୍ରକାଶ କରିଥିଲେ ଶ୍ରୀ ବିଷୋୟୀ I ସେହିପରି କ୍ଷେତ୍ରୀୟବରପୁର ଗ୍ରାମପଞ୍ଚାୟତର ବିଞ୍ଚଣା ଗ୍ରାମରେ କ୍ଷେତ୍ରୀୟବରପୁର ସୋସାଇଟି "ଧାନ ସଂଗ୍ରହ କେନ୍ଦ୍ର"ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀ ବିଷୋୟୀ | ସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ସ୍ଥାନୀୟ ନେତା ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ I

0
0
0
s2sdefault