ହେଡଲାଇନସ୍:

ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପଦ୍ମପୁର ଓ କୁଚିଣ୍ଡା ଦଳ ଫାଇନାଲ ରେ କଲା ପ୍ରଵେଶ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡ଼ିଆ ରେ ଚାଳୁଥିବା ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ପଦ୍ମପୁର ଦଳ ଫୁଲବାଣୀ ଦଳକୁ ୪:୧ ଗୋଲ୍ ଓ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ରେ କୁଚିଣ୍ଡା ଦଳ ହୀରାକୁଦ ଦଳ କୁ ୨:୧ ଗୋଲ୍ ରେ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ଭଲିବଲ ଖେଳାଳୀ ବିନୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମପୁର ଦଳର ଲକି ଜାଲ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ରେ ବ୍ୟବସାୟୀ ଗଜାନନ୍ଦ୍ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୀରାକୁଦ ଦଳର ମହେଶ ଓରାମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅଶ୍ଵିନୀ ଵେରିହା , ସୁଧାଂଶୁ ସେଠ୍ ,ଦେବାଶିଷ ବାଗ,ନୀଳ ନାୟକ, ଦିପକ୍ ରାଜହଂସ, ମଣ୍ଟୁ ବାଗ ପରିଚାଳନା କରିଥିବା ବେଳେ ବିଦେଶୀ ସାହୁ ଓ ଚନ୍ଦ୍ରମଣି ସାହୁ ମ୍ୟାଚ୍ କମିଶନର ଦାୟୀତ୍ବ ବହନ କରିଥିଲେ। ଦିବ୍ୟ କିଶୋର ପଣ୍ଡା ଓ ଦ୍ୱାଦଶ ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଡ ପ୍ରଭାତ ନାରାୟଣ ତ୍ରୀପାଠୀ, ବାସୁଦେବ ଦାସ, ଡ ନାରାୟଣ ପୁରୋହିତ, ଅଶୋକ କାଳସାଏ, ଗିରିଶ ସାହୁ, ସଚ୍ଚିଦାନନ୍ଦ ବହିଦାର, ରସପାଲ ସିଂ ଖେରା,ନିରୋଜ ସିନ୍ହା , ପ୍ରଦୀପ ଜାଲ, ପ୍ରଦୀପ ପାତ୍ର, ନରେଶ ବାରିକ, ସଞ୍ଜୀବ ମାଝୀ, ପ୍ରମୋଦ ମିଶ୍ର ସମ୍ପାଦକ ଚିନ୍ମୟ ପଣ୍ଡା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault