ବିଶ୍ବ ରକ୍ତହୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ବିଶ୍ଵ ରକ୍ତହୀନତା ଦିବସ ଶୁକ୍ରବାର ପାଳନ କରାଯାଇଛି ଏଥିରେ ରକ୍ତହୀନତାର ଲକ୍ଷଣ, କାରଣ, ବିବିଧତା ଓ ପ୍ରତିକାର ବାବଦରେ ଆଲୋଚନା କରାଯାଇଛି I ଆଦିବାସୀ ଅଧୁଷିତ ଅଞ୍ଚଳରେ ରକ୍ତହୀନତା ଭଳି _ ସମସ୍ୟାର ମୁକାବିଲା ପାଇଁ ସରକାରୀ ଓ ବେସର ସରକାରୀ ଭାବେ ପ୍ରୟାସ ଜାରି ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଗୋଷ୍ଠୀ ଉନ୍ନୟନ ଅକାରୀ ପଡିଆ ଅଶ୍ବୀନି କୁମାର ମହାପାତ୍ର ପାତ୍ର, ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ପଡ଼ିଆ କଲେଜ ଅଧ୍ଯକ୍ଷ ପ ପରମାନନ୍ଦ ନ୍ଦ ମହାପାତ୍ର ଓ କ୍ଷୁଦ୍ରଶସ୍ୟକୁ ରାଜ୍ୟ ସ୍ତରରେ ଜନ ମାନସରେ ପରିଚିତ କରାଇଥିବା ଜାତୀୟ କ୍ଷାତିସମ୍ପନ୍ନ ଜଗନ୍ନାଥ ଚିନ୍ନାରା ଓ ଆଇଟିସି ମିଶନ ସୁନହରାକାଲର ସାଗର ଭାରତୀୟ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତମ ଖାଦ୍ୟପେୟ, ଠିକ ଜୀବନଶୈଳୀ ଓ ନିୟମିତ ଭାବେ କ୍ଷୁଦ୍ର ଶସ୍ୟ ଗ୍ରହଣ କଲେ ରକ୍ତହୀନତା ନିୟନ୍ତ୍ରଣ 3 କରାଯାଇପାରିବ କୁହାଯାଇଛି I ରକ୍ତହୀନତା ଦୂରୀକରଣ ଚିତ୍ରରେ ପରିବର୍ତ୍ତନରେ କ୍ଷୁଦ୍ର ଶସ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । କାର୍ଯ୍ୟ କ୍ଷୁଦ୍ର ଧର୍ଯ୍ୟକ୍ରମରେ ୯ ପ୍ରକାରର ଶସ୍ୟ ପ୍ରଦ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିସି ମିଶନ ସୁନହରାକାଲ ସ‌ହ‌ଯୋଗରେ ପରିଚାଳିତ ହୋଇଛି। ଆଇଜିଡି ଏନଜିଓର ଝିଲି ସିଲ, ଗୋବିନ୍ଦ ସର୍ଦାର ସ ସମେତ ପ୍ରାୟ ୨ଶହରୁ ବର୍ଣ୍ଣ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

0
0
0
s2sdefault