ଖଲିଆପାଲି ଠାରେ ବିଜେଡି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିଆପାଲି ଠାରେ ପଦ୍ମପୁର ବିଜୁ ଜନତା ଦଳ ପକ୍ଷରୁ ଏକ ବ୍ଲକ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପେକ୍ସ ସଭାପତି ମହେଶ୍ୱର ପୁରୀ, ଜିଲ୍ଲା ବିଜେଡି ସଂପାଦକ ସିଦ୍ଧାର୍ଥ ମିଶ୍ର, ବ୍ଳକ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣିମା ରଣା ଏବଂ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପଞ୍ଚାୟତ ସଭାପତି ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault