ହେଡଲାଇନସ୍:

ସରସ୍ବତୀ ଶିଶୁ ମନ୍ଦିରରେ "ଘର ହିଁ ବିଦ୍ୟାଳୟ " କାର୍ଯ୍ୟକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଆଧାର ସ୍ତର ର ନୂତନ ଶିଶୁ ମାନଙ୍କର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ଉପ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ଶିକ୍ଷା ର ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା ଓ ଶିଶୁଶିକ୍ଷା ର ବର୍ତ୍ତମାନ ସ୍ଥିତି ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । । ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିଲେ l ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ନୀତୁ ସାହୁ ଗୁରୁମା ଓ ଦୁର୍ବାଦଳ ସାହୁ ଗୁରୁଜୀ ପ୍ରାୟଗିକ କାଲାଂଶକୁ ଆଗେଇ ନେଇଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଶିଶୁର ସମଗ୍ର ବିକାଶ ପ୍ରଦର୍ଶନୀ ପ୍ରଦର୍ଶନ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ୬୨ଜଣ ପିତା ମାତା ଯୋଗଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

0
0
0
s2sdefault