କେନ୍ଦୁଝର,ତା୧୪/୨-କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ପ୍ରତିବର୍ଷ ଭଳି ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନଙ୍କର ପିତାମାତାଙ୍କୁ ଧୂପ, ଦୀପ, ଚନ୍ଦନ, ଫୁଲମାଳ ଦେଇ ପୂଜା କରି ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରାୟ ୧୨୦ ଜଣ ପିତାମାତାଙ୍କୁ ସେମାନଙ୍କ ପିଲାମାନେ ପୂଜନ କରିଥିଲେ । ଯେଉଁ ଶିଶୁ ଭାଇଭଉଣୀମାନଙ୍କର ପିତାମାତା ଆସି ପାରିନଥିଲେ ସେମାନେ ଗୁରୁଜୀଗୁରୁମାଙ୍କୁ ପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଗ ବେଦାନ୍ତ ସେବା ସମିତିର ଭଉଣୀ ପୁଷ୍ପା କାନୁନଗୋ ଓ ସୁନୀତି ମହାନ୍ତିଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପ୍ରଧାନଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ। ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ଖୁବ ପ୍ରଭାବୀ ହୋଇଥିଲା ।
ରାଜ୍ୟ
ବଣିଆପାଟ ଶିଶୁମନ୍ଦିରରେ ପିତୃମାତୃ ପୂଜନ
- Hits: 3








